ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଳହାଣ୍ଡିରେ ସୁରକ୍ଷା ବ୍ୟବସ୍ଥା କଡାକଡି : ଭବାନୀପାଟଣାରେ ପୁଲିସ ଛାଉଣୀ, ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ

ଜନତା କର୍ପ୍ୟୁ ପାଇଁ କଂଗ୍ରେସର ଆହ୍ୱାନ; ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ଆଜି କଳାହାଣ୍ଡି ଯାଉଛନ୍ତି ନବୀନ

81

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଆଜି ଜନତା କର୍ଫ୍ୟୁ ପାଳନ କରିବାକୁ କଳାହାଣ୍ଡିବାସୀଙ୍କୁ ଆହ୍ୱାନ ଦେଇଛି ବିରୋଧୀ କଂଗ୍ରେସ । ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ପ୍ରତିବାଦ କରିବାର ଆଶଙ୍କା ରହିଛି । ଏସବୁକୁ ଦୃଷ୍ଟିରେ ରଖି କଳହାଣ୍ଡିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିରୋଧୀ ଆନ୍ଦୋଳନ ଜାରି ରଖିଥିବାରୁ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି ପ୍ରଶାସନ ।

ଏଥିସହ ସଭା ପାଇଁ ଦୁଇଟି ମଞ୍ଚ କରାଯାଇଛି । ମୁଖ୍ୟମନ୍ତ୍ରୀ ଯେଉଁ ମଂଚରେ ବସିବେ, ସେଥିରେ ମାତ୍ର ୨୭୪ ଜଣ ଅଡିଟୋରିୟମ ମଧ୍ୟରେ ରହିବେ । ଅନ୍ୟମାନେ ବାହାର ପଡିଆରେ ଥିବା ମଂଚ ନିକଟରେ ରହିବେ । ସେଠି ଏଲଇଡି ଜରିଆରେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିବେ । ତେବେ ମଞ୍ଚରେ କିଏ କିଏ ବସିବେ ତାହା ଗୋପନ ରଖାଯାଇଛି । ସୁରକ୍ଷା ପାଇଁ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ପ୍ରତି ଛକରେ ଜଗିଛନ୍ତି ପୋଲିସ ଓ ସୁରକ୍ଷାକର୍ମୀ ।