କନକ ବ୍ୟୁରୋ : ଧାରଣାରେ ବସିଲେ କୋଣାର୍କ ସୂର୍ଯ୍ୟମନ୍ଦିରରେ କାର୍ଯ୍ୟରତ ସିକ୍ୟୁରିଟି କର୍ମଚାରୀ । କାମବନ୍ଦ କରି ସୂର୍ଯ୍ୟମନ୍ଦିର ଆଗ ବାଖ୍ୟାନ କେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି ଏସଆଇଏସ ସିକ୍ୟୁରିଟି ସଂସ୍ଥାରେ ୧୦୫ କର୍ମଚାରୀ । ଦରମା ଦେବାରେ ଅନିୟମିତତା
ଅଭିଯୋଗ କରି କାମ ବନ୍ଦ ପ୍ରତିବାଦ କରିଛନ୍ତି ସୁରକ୍ଷା କର୍ମଚାରୀମାନେ । ଏହି ସଂସ୍ଥା କର୍ମଚାରୀଙ୍କୁ ପ୍ରଥମେ ୧୭ ହଜାର ଟଙ୍କା ଦେଉଥିଲା । କିଛି ଦିନ ହେବା ପରେ ୧୨ ହଜାର ଟଙ୍କା କର୍ମଚାରୀଙ୍କୁ ଦିଆଗଲା । ଏବେ ମାସକୁ ୬ ହଜାର ଟଙ୍କା ଦେବାରୁ ୧୦୫ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କାମ ବନ୍ଦ କରି ବିକ୍ଷୋଭ, ପ୍ରତିବାଦ କରିଛନ୍ତି । ଆନ୍ଦୋଳନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବାଖ୍ୟାନ କେନ୍ଦ୍ର ବନ୍ଦ ରହିଛି ।