ସମ୍ବଲପୁରରୁ ଆସିଲା ସିସିଟିଭିରେ ଲୁଟର ଲାଇଭ ଚିତ୍ର : ଲୁଟ୍ ପାଇଁ ନିଜେ ଜଗୁଆଳ ସାଜିଲା ଲୁଟେରା

171

କନକ ବ୍ୟୁରୋ : ସିକ୍ୟୁରିଟି ଗାର୍ଡମାନେ ଜଗୁଆଳ । ସରକାରୀ କିମ୍ବା ବେସରକାରୀ ଘର ଓ ସମ୍ପତି ଜଗିବାରେ ଏମାନେ ନିୟୋଜିତ ହୋଇଥାନ୍ତି । ହେଲେ ଥରେ ଭାବନ୍ତୁ ଯଦି ସିକ୍ୟୁରିଟି ଗାର୍ଡ ନିଜ ଦାୟିତ୍ୱରେ ଅବହେଳା କରେ ତେବେ କ’ଣ ହେବ । ଏଠିିତ ନିଜେ ଜଗୁଆଳ ଲୁଟେରା ପାଲଟି ଯାଇଛି ।

ଘଟଣାଟି ଘଟିଛି ବୁର୍ଲା ଭିମସାରରେ । ଭିମସାରରେ ନିୟୋଜିତ ଥିବା ଜଣେ ସିକ୍ୟୁରିଟି ଗାର୍ଡ ବାଇକ ଚୋରି କରି ଚମ୍ପଟ ମାରିଥିଲା । ଆଉ ଚୋରୀର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି । ଘଟଣା ସାମ୍ନାକୁ ଆସିବା ପରେ ବାଇକ ଚୋରି କରିଥିବା ସିକ୍ୟୁରିଟି ଗାର୍ଡ ଦୀପକ ସାହୁକୁ ଗିରଫ କରିଛି ବୁର୍ଲା ପୋଲିସ ।

ସୂଚନା ଅନୁସାରେ କାଜୁଆଲଟିାର କାମ କରୁଥିବା ରବିନାରାୟଣ ପ୍ରଧାନ ଡ୍ୟୁଟି ସାରି ଘରକୁ ଯିବାକୁ ନିଜ ବାଇକ ଖୋଜି ଥିଲେ । ହେଲେ ବାଇକ ମିଳିନଥିଲା । ସେ ବ୍ୟସ୍ତ ହୋଇ ସିସିଟିଭ ଫୁଟେଜ ଯାଂଚ କରିଥିଲେ । ଯାହା ଦେଖିଥିଲେ ତାଙ୍କ ହୋସ ଉଡି ଯାଇଥିଲା । ନିୟୋଜିତ ଥିବା ସୁରକ୍ଷାକର୍ମୀ ହିଁ ବାଇକ ନେଇ ଚମ୍ପଟ ମାରିଥିଲା ।