କନକ ବ୍ୟୁରୋ : ସହଯୋଗୀ ସିକ୍ୟୁରିିଟି ଗାର୍ଡକୁ ହାଣି ହତ୍ୟାକଲା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ବିଳମ୍ବିତ ରାତିରେ ବୌଦ୍ଧ ଖୁଣ୍ଟିଆ ପଡ଼ାରେ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜଗିଥିବା ସିକ୍ୟୁରିଟି ଗାର୍ଡଙ୍କୁ ବିଭତ୍ସ ହତ୍ୟା । ମୃତକ ହେଲେ ରାଉତବାହାଲ ଗାଁର ରଞ୍ଜନ ପ୍ରଧାନ । ଖୁୁଣ୍ଟିଆ ପଡ଼ା ଗାଁର ହତ୍ୟାକାରୀ ଗାର୍ଡଙ୍କୁ ଗିରଫ କରିଛି ପୋଲିସ ।

Advertisment

ବୌଦ୍ଧ ଥାନା ଯୋଗୀଭଗୋରା ଗାଁରେ ନିର୍ମାଣଧୀନ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ ୨ ଜଣ ସିକ୍ୟୁରିଟି ଗାର୍ଡ । ଗତକାଲି ଦୁହିଁଙ୍କ ମଧ୍ୟରେ ବିଳମ୍ବିତ ରାତିରେ କିଛି ବଚସା ହୋଇଥିଲା । ବଚସା ଉଗ୍ରରୂପ ନେଇଥିଲା, ପରେ ହତ୍ୟାକାରୀ ପ୍ରକାଶ ରଂଜନଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।