କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ହାତରେ ରୋଗୀ ସେବା । ରୋଗୀଙ୍କ ରକ୍ତଚାପ ମାପୁଛନ୍ତି ସୁରକ୍ଷାକର୍ମୀ । ସମ୍ବଲପୁର ଭୀମସାର କାର୍ଡିଓଲୋଜି ବିଭାଗର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ହସ୍ପିଟାଲରେ ସୁରକ୍ଷାକର୍ମୀ ସୁରକ୍ଷା ପ୍ରଦାନ କରିବା ବଦଳରେ ଆରାମରେ ଚେୟାରରେ ବସି ରୋଗୀଙ୍କ ରକ୍ତଚାପ ମାପୁଛନ୍ତି । ସେଠାରେ ଜଣେ ବି ସ୍ୱାସ୍ଥ୍ୟକର୍ମୀ ନାହାନ୍ତି । କୁଆଡେ ଗଲେ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ କାହିଁକି ରୋଗୀଙ୍କ ରକ୍ତଚାପ ମାପୁଛନ୍ତି । ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ରାଜ୍ୟରେ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା ? ଭୀମସାରରେ ରୋଗୀଙ୍କ ରକ୍ତଚାପ ମାପୁଛନ୍ତି ସୁରକ୍ଷାକର୍ମୀ
/kanak/media/post_attachments/wp-content/uploads/2023/10/vlcsnap-2023-10-01-10h23m08s985.png)