ଏନକାଉଣ୍ଟରରେ ୨ ଅତଙ୍କବାଦୀ ନିପାତ ।ପ୍ରବାସୀ ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣରେ ଥିଲେ ସାମିଲ

87

କନକ ବ୍ୟୁରୋ: ପୁଲବାମା ଜିଲ୍ଲାର ମିତ୍ରିଗମ୍ ଇଲାକାରେ ବୁଧବାର ସାରାରାତି ଜାରି ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଅଲ ବନ୍ଦ୍ର ସଂଗଠନର ଏହି ଦୁଇ ଆତଙ୍କବାଦୀ ହେଉଛନ୍ତି ଏଜାଜ ହଫିଜ୍ ଓ ଶହିଦ୍ ଅୟୁବ । ଏମାନଙ୍କ ପାଖରୁ ୨ଟି ଏକେ ୪୭ ରାଇଫଲ୍ସ ମଧ୍ୟ ଜବତ ହୋଇଛି ।

କାଶ୍ମୀର ପୋଲିସର ମହାନିରୀକ୍ଷକ ବିଜୟ କୁମାରଙ୍କ କହିବା ମୁତାବକ, ଏପ୍ରିଲ ମାସରେ ଏଠାରେ ପ୍ରବାସୀ ଶ୍ରମିକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏମାନେ ସାମିଲ ଥିଲେ । ଗତକାଲିର ଏହି ଏନକାୁଣ୍ଟର ଯୋଗୁଁ ପୁଲୱାମାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିଲା । ଏକ ବଡ ବଚିଚାରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇବା ପରେ କାଶ୍ମୀର ପୋଲିସ ଓ ସୁରକ୍ଷା ବଳ ମିଳିତ ଭାବେ ଏମାନଙ୍କୁ ଟାର୍ଗେଟ କରିଥିଲେ । ଫଳରେ ପୁରା ମିତ୍ରିଗମ ଗାଁକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ।

ବଗିଚାକୁ ଘେରାବନ୍ଦୀ କରିବା ପରେ ଆତଙ୍କବାଦୀମାନେ ଗୁଳିମାଡ ଆରମ୍ଭ କରିଥିଲେ । ସୁରକ୍ଷାବଳର ପାଲଟା ଗୁଳିମାଡରେ ୨ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ସୁରକ୍ଷାବଳର ଜଣେ ସୈନିକ ଆହତ ହୋଇଥିବା ଜଣାପଡିଛି ।