କନ୍ଧମାଳର ତୁମୁଡିବନ୍ଧ ସିର୍ଲା ଜଙ୍ଗଲରେ ପୁଣି ଏନକାଉଣ୍ଟର : ଜଣେ ମାଓବାଦୀ ମୃତ ସୂଚନା, ଗୋଟିଏ ଦିନ ବ୍ୟବଧାନରେ ପୁଣି ଏକ ମାଓ କ୍ୟାମ୍ପକୁ ଉଡାଇଲେ ସୁରକ୍ଷା କର୍ମୀ; ଚାଲିଛି ସର୍ଚ୍ଚ ଅପରେନ

127

କନକ ବ୍ୟୁରୋ : କନ୍ଧମାଳ ତୁମୁଡିବନ୍ଧ ନିକଟସ୍ଥ ଶୀର୍ଲା ଜଙ୍ଗଲରେ ମାଓ କ୍ୟାମ୍ପ ଉଡାଇଲେ ସୁରକ୍ଷାକର୍ମୀର । ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ପୁଲିସ-ମାଓବାଦୀ । ଗୋଟିଏ ଦିନର ବ୍ୟବଧାନରେ ଶୀର୍ଲା ଜଙ୍ଗଲରେ ଆଉ ଏକ ମାଓ କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ । କନ୍ଧମାଳ ଏସପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଚାଲିଛି ସର୍ଚ୍ଚ ଅପରେସନ । ଶେଷ ଖବର ସୁଦ୍ଧା ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମାଓବାଦୀ ଘୁମୁସର ନାଗାବଳୀ ବାଂଶଧାରା ଡିଭିଜନର ସଦସ୍ୟ ବୋଲି ଜଣାପଡିଛି । ଓଡିଶା ପୁଲିସ ଗୂୁଇନ୍ଦା ସୂଚନା ଆଧାରରେ  ଏହି ଅପରେସନ ଜାରି ରହିଛି । ୨ ଦିନ ତଳେ ହୋଇଥିବା ଏନକାଉଁଟରରେ ୪ ମାଓବାଦୀ ଟଳିଥିଲେ ।