କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କୀ ଆକ୍ରମଣକୁ ପଣ୍ଡ କରିଛି ସେନା । ବାନ୍ଦିପୋରା ରୋଡ ନିକଟରୁ ବ୍ୟାପକ ଆଇଇଡି ବିସ୍ଫୋରକ ଉଦ୍ଧାର କରାଯାଇଛି । ସେନାକୁ ଟାର୍ଗେଟ କରି ଏପରି ବିସ୍ଫୋରକ ବିଛାଇଥିଲେ ଆତଙ୍କବାଦୀ । ଫଳରେ ଯେତେବେଳେ ସେନା ଗାଡି ସେହିପଟ ଦେଇ ଯାଇଥାନ୍ତେ ବିସ୍ଫୋରଣ ଘଟିଥାନ୍ତା । ହେଲେ ସୌଭାଗ୍ୟକୁ ଏହା ପୂର୍ବରୁ ଏହି ଷଡଯନ୍ତ୍ର ଜଣାପଡିଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚି ଆଇଇଡିକୁ ନିଷ୍କ୍ରିୟ କରିଥିଲେ ।
ଏହା ପୂର୍ବରୁ ବି ଅନେକ ଥର ଆଇଇଡି ବିଛାଇ ସେନା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀ । ନିକଟରେ ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଏକ ବ୍ୟାଗରେ ବିସ୍ଫେରକ ରଖାଯାଇଥିଲା ଏହାକୁ ଜବତ କରିଥିଲେ ସୁରକ୍ଷାବଳ । ସବୁଠାରୁ ବଡ ଆକ୍ରମଣ ଥିଲା ୨୦୧୯ରେ । ଯେବେ ସେନାର ଗାଡି ଗୁଡିକୁ ଯାଉଥିବା ପୁଲୱାମା ରାସ୍ତାରେ ପାଖାପାଖି ୧୦୦ କେଜିର ବିସ୍ଫୋରକ ବିଛାଇଥିଲେ । ଆଉ ପ୍ରାଣ ହରାଇଥିଲେ ୪୪ଜଣ ଯବାନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/3-21.jpg)