କନକ ବ୍ୟୁରୋ: ଫେବ୍ରୁଆରୀ ତୃତୀୟ ସପ୍ତାହରେ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କେବଳ ଆନୁଷ୍ଠାନିକ ଭାବେ ଘୋଷଣା କରିବ ବୋର୍ଡ । ତେବେ ଏଥର ମାଟ୍ରିକ ପରୀକ୍ଷାରେ କପି କରିବା ସହଜ ହେବ ନାହିଁ । କାରଣ ଏଥର କପି ରୋକିବା ପାଇଁ ନୂଆ ପଦକ୍ଷେପ ନିଆଯିବ । ବୋର୍ଡର ଜଣେ ବରିଷ୍ଠ ପଦାଧିକାରୀ ନାଁ ଗୋପନ ରଖି ଏହି ସୂଚନା ଦେଇଛନ୍ତି ।

Advertisment

plus two exam Pic Courtesy : google.com

ଏଥର କପି ରୋକିବାକୁ ପରୀକ୍ଷା ଖାତାରେ ସିକ୍ୟୁରିଟି କୋଡ ରହିବ ବୋଲି ଜଣାପଡିଛି । ତେବେ ଏହି ସିକ୍ୟୁରିଟି କୋଡକୁ ଖାଲି ଆଖିରେ କେହି ଦେଖିପାରିବେ ନାହିଁ । କିନ୍ତୁ ଏହାର କେହି ଫଟୋ ଉଠାଇଲେ ସିକ୍ୟୁରିଟି କୋଡ ଆଡମିନ ଜାଣିପାରିବ । ଏଥିସହ ସମସ୍ତ ପରୀକ୍ଷା ପ୍ରଶ୍ନ ପତ୍ରକୁ ଡିଜିଟାଲ ଲକ କରାଯିବ ବୋଲି ଜଣାପଡିଛି । ଅର୍ଥାତ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କେହି ପରୀକ୍ଷା ପ୍ରଶ୍ନ ପତ୍ର ଖୋଲିପାରିବେ ନାହିଁ ।

publive-image

ସେହିଭଳି ଚଳିତବର୍ଷ ନୂତନ ଢାଞ୍ଚାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ପାଇଁ ନକ୍ସା ତିଆରି ଚାଲିଛି। କପି ରୋକିବାକୁ ଓ ଶୃଙ୍ଖଳିତ ଭାବେ ପରୀକ୍ଷା କରିବାକୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ । ଗତ ଥର କିଛି ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ଏଥର ସମସ୍ତ ସେଣ୍ଟରରେ ସିସିଟିଭି ଲଗାଇବା ପାଇଁ ପ୍ରସ୍ତୁତି କରାଯାଉଛି । ଏହାସହ ଗତବର୍ଷ ବିବାଦୀୟ ହୋଇ ପଡ଼ିଥିବା ତଥା ପ୍ରଶ୍ନପ୍ରତ୍ର ଭାଇରାଲ ହୋଇଥିବା ସେଣ୍ଟରକୁ ସମୀକ୍ଷା କରାଯିବ । ଆବଶ୍ୟକ ପଡ଼ିଲେ ସେଣ୍ଟ ଗୁଡ଼ିକ ବାଦ୍ ଦିଆଯାଇ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ।