କନକ ବ୍ୟୁରୋ : ମୋଦୀଙ୍କ ସୁରକ୍ଷାରେ ତ୍ରୁଟି । କର୍ଣ୍ଣାଟକର ମହୀଶୂରରେ ରୋଡ ଶୋ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଡି ଆଗକୁ ମୋବାଇଲ ଫିଙ୍ଗାଯାଇଛି । ତେବେ ଏସପିଜିର ସୁରକ୍ଷା କର୍ମୀ ତୁରନ୍ତ ରାସ୍ତାକୁ ମୋବାଇଲକୁ ହଟାଇଦେଇଥିଲେ । ପୁଲିସ ଘଟଣାର ଯାଞ୍ଚ କରୁଛି । ମୋବାଇଲ ଜାଣିଶୁଣି ପିଙ୍ଗାଯାଇଥିଲା ନା ଫୁଲ ଫିଙ୍ଗିବାବେଳେ ମୋବାଇଲ ଅକସ୍ମାତ ପଡିଗଲା ସେ ନେଇ ଯାଞ୍ଚ ଚାଲିଛି ।

Advertisment

ତେବେ ଯାଞ୍ଚ ବେଳେ ଜଣାପଡିଛି , ଜଣେ ବିଜେପି ସମର୍ଥକ ହିଁ ଏହି ମୋବାଇଲ ଫିଙ୍ଗିଥିଲେ । ତେବେ ଜଣେ ବିଜେପି କର୍ମୀ ଭୁଲବସତଃ ମୋବାଇଲ ପକାଇ ଦେଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଗତ ତିନିମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷାରେ ଏଭଳି ତ୍ରୁଟି ହୋଇଛି । ୨୫ ମାର୍ଚ୍ଚରେ କର୍ଣ୍ଣାଟକରେ ଏକ କାର୍ଯ୍ୟକ୍ରମ ବେଳେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରଙ୍କ ଆଗକୁ ଚାଲି ଆସିଥିଲେ । ମୋଦୀଙ୍କୁ ଗାଡି ପାଖରେ ସେ ପହଞ୍ଚି ଯାଇଥିଲେ ।

ରୋଡ ଶୋ ଚାଲିଥିବାବେଳେ ଦୁଇପଟେ ଭିଡ ଲାଗିଥିଲା ଆଉ ଏହାର ସୁଯୋଗ ନେଇ ସମ୍ପୃକ୍ତ ବ୍ୟକ୍ତି ପଶିଯାଇଥିଲା । ତେବେ ସୁରକ୍ଷାକର୍ମୀ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିନେଇଥିଲେ । ସେହିଭଳି ଜାନୁଆରୀରେ କର୍ଣ୍ଣାଟକର ହୁବୁଳିରେ ଜଣେ ଶିଶୁ ମୋଦିଙ୍କ ନିକଟକୁ ଚାଲିଆସିଥିଲା । ଷଷ୍ଠ ଶ୍ରେଣୀର ଏହି ଶିଶୁ ମୋଦିଙ୍କୁ ଫୁଲମାଳ ପିନ୍ଧାଇବାକୁ ଚାହିୁଁଥିଲେ ।