କନକ ବ୍ୟୁରୋ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଅନିୟମିତତା । ଅଳ୍ପକେ ବଞ୍ଚିଯାଇଛନ୍ତି ହରିଶ ରାୱତ । କାଶିପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ହରିଶ ରାୱତ । ସେଠାରେ ଲୋକଙ୍କୁ ସମ୍ବୋଧନ କରି ତଳକୁ ଓହ୍ଲାଇବା ବେଳକୁ ଜଣେ ଯୁବକ ହଠାତ ମଞ୍ଚ ଉପରକୁ ଚଢିଯାଇ ‘ଜୟ ଶୟୀ ରାମ’ ନାରା ଦେଇଥିଲା । ସେଠାରେ ଥିବା କର୍ମକର୍ତ୍ତାମାନେ ମାଇକ୍ରୋଫୋନ ବନ୍ଦ କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ଛୁରା ଦେଖାଇ ତାଙ୍କ ସହ ନାରା ନଦେଲେ ଜୀବନରୁ ମାରି ଦେବାକୁ ଧମ ଦେଇଥିଲେ । ହେଲେ ସେଠାରେ ଥିବା କଂଗ୍ରେସ କର୍ମୀମାନେ ଯୁବକକୁ ଆୟତ୍ତ କରିନେଇଥିଲେ ।
ଏହି ଘଟଣା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା । ବ୍ୟକ୍ତି ଜଣକୁ ଧରି ପୋଲିସର ଜିମା ଦେଇଥିଲେ କଂଗ୍ରେସ କର୍ମୀ । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଂଜାବରେ ବିରୋଧ ଓ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଘୋର ତ୍ରୁଟିକୁ ନେଇ ବିବାଦ ଥମିନଥିବାବେଳେ ହରିଶ ରାୱତଙ୍କ ସୁରକ୍ଷାରେ ଏପରି ଅବ୍ୟବସ୍ଥା ଏବେ ଆଲୋଚନାର ବିଷୟ ପାଲିଟିଛି ।