ଭିକେ ପାଣ୍ଡିଆନଙ୍କ ଘର ଆଗରୁ ହଟିଲା ବ୍ୟାରିକେଡ, ଉଠିଲା ସୁରକ୍ଷା ବ୍ୟବସ୍ଥା । ରାଜନୀତିରୁ ଅବସର ଘୋଷଣା ପରେ କାର୍ଯ୍ୟପନ୍ଥା ।

1,754

କନକ ବ୍ୟୁରୋ: ଭିକେ ପାଣ୍ଡିଆନଙ୍କ ଘର ଆଗରୁ ହଟିଲା ବ୍ୟାରିକେଡ୍ । ପୂର୍ବରୁ ବିଜେଡି ସରକାରଙ୍କ ସମୟରେ ପାଣ୍ଡିଆନଙ୍କ ଘର ଆଗରେ ବ୍ୟାରିକେଡ୍ ଲଗାଯାଇଥିଲା । କଡା ସୁରକ୍ଷା ବଳୟ ଭିତରେ ରହିଥିଲା ତାଙ୍କ ବାସଭବନ । ଏହାସହ ଏକାଧିକ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ରହୁଥିଲେ । ହେଲେ ବିଜେଡି ସରକାର ସତ୍ତାରୁ ଯିବା ପରେ ତାଙ୍କ ଘର ଆଗରୁ ଏସବୁ ସୁବିଧାକୁ ହଟାଇନିଆଯାଇଛି ।

ଗତକାଲି ସୋସିଆଲ ମିଡିଆରେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଥିଲେ ଭିକେ ପାଣ୍ଡିଆନ୍ । ଆଜି ହଠାତ୍ ତାଙ୍କ ଘର ଆଗରୁ ବ୍ୟାରିକେଡ୍ ହଟାଇନିଆଯାଇଛି । ଦେଢ ବର୍ଷ ପୂର୍ବରୁ କିଛି ବିଜେପି କର୍ମୀ ଆସି ତାଙ୍କ ଘର ଆଗରେ ବିକ୍ଷୋଭ କରିବା ସମୟଠାରୁ ଏଭଳି ବ୍ୟାରିକେଡ୍ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପ୍ରତିଦିନ ଏଠାରେ ୩ ଟି ସିପ୍ଟରେ ଏଠାରେ ପୋଲିସ କର୍ମୀମାନେ ଡ୍ୟୁଟି କରୁଥିଲେ । ଆଜି କିନ୍ତୁ ଭିକେ ପାଣ୍ଡିଆନ୍ କୌଣସି ପଦରେ ନଥିବାବେଳେ ତାଙ୍କ ସରକାରୀ ବାସଭବନ ଆଗରୁ ଏ ସମସ୍ତ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି ।