କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ ମଙ୍ଗଳବାର (ଜାନୁଆରୀ ୧୭) ସନ୍ଧ୍ୟାରେ ପଞ୍ଜାବ-ହିମାଚଳ ସୀମାରେ ପହଞ୍ଚିବ। ତେବେ କାଶ୍ମୀରରେ ଯାତ୍ରା ପହଞ୍ଚିବା ପୂର୍ବରୁ ସୁରକ୍ଷା ଏଜେନ୍ସିମାନେ ଏକ ସତର୍କ ସୂଚନା ଜାରି କରିଛନ୍ତି। ସେମାନେ ରାହୁଲ ଗାନ୍ଧୀଙ୍କୁ କିଛି ସ୍ଥାନକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଅନୁଯାୟୀ ଏହି ଯାତ୍ରାକୁ ସୁରକ୍ଷିତ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ପାଦରେ ଯାତ୍ରା କରିବା ଠାରୁ ଦୂରେଇ ରହିବା ଏବଂ ଏକ କାରରେ ଯାତ୍ରା କରିବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି। ଅଧିକାରୀ କହିଛନ୍ତି ଯେ ସବିଶେଷ ତଥ୍ୟ ସହିତ ସୁରକ୍ଷା ସମୀକ୍ଷା ଚାଲିଛି।

Advertisment

ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ୫୨ ବର୍ଷୀୟ କଂଗ୍ରେସ ନେତା ଜାନୁଆରୀ ୨୫ ରେ ବାନିହଲରେ ଜାତୀୟ ପତାକା ଉତ୍ତୋଳନ କରିବେ, ଏହା ପରେ ସେ ଜାନୁଆରୀ ୨୭ରେ ଶ୍ରୀନଗରରେ ପ୍ରବେଶ କରିବେ । ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀଙ୍କୁ ବର୍ତ୍ତମାନ ଜେଡ ପ୍ଲସ ସୁରକ୍ଷା କଭର ମିଳୁଛି । ୮ରୁ ୯ଜଣ କମାଣ୍ଡୋ ତାଙ୍କୁ ୨୪ ଘଣ୍ଟା ସୁରକ୍ଷା ପ୍ରଦାନ କରୁଛନ୍ତି  । ଏହା ସହିତ ଗତ ମାସରେ କଂଗ୍ରେସ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରିଥିଲା  । ଉଲ୍ଲେଖ ଥାଉ କି ଭାରତ ଯୋଡ଼ ପଦଯାତ୍ରା ସେପ୍ଟେମ୍ବର ୭ରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା । ଆସନ୍ତା ୩୦ ତାରିଖରେ ଶ୍ରୀନଗରରେ ଜାତୀୟ ପତାକା ଉତ୍ତୋଳନ ସହ ଏହି ଯାତ୍ରା ସରିବ  । ବର୍ତ୍ତମାନ ପର୍ୟ୍ୟନ୍ତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣା ଦେଇ ଯାଇଛି।