କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁରର ୧୦ ଅଚଂଳରେ ୧୪୪ ଧାରା : ୧୬ ତାରିଖ ଯାଏଁ ରହିବ କଟକଣା; ନିଷେଧ ଅଂଚଳର ୧୦୦ ମିଟର ଦୂରତା ଯାଏଁ ପ୍ରବେଶ ମନା

343

କନକ ବ୍ୟୁରୋ : ସମ୍ବଲପୁର ପୌରପରିଷଦ ଅଂଚଳରେ କରୋନା ମୁକାବିଲା ପାଇଁ ପଦକ୍ଷେପ । ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏକାଧିକ ସ୍ଥାନରେ ପୁଣି ଲାଗୁ ହେଲା କଟକଣା । ସମ୍ବଲପୁର ସହରର ୧୦ଟି ସ୍ଥାନରେ ୧୪୪ ଧାରା ଜାରି ହୋଇଛି । ଆଜି ଠାରୁ ୧୬ ତାରିଖ ଯାଏଁ ୧୦ଟି ସ୍ଥାନରେ ୧୪୪ ଧାରା ଜାରି ରହିବ । ବଡବଜାରର ହଟଲି ଛକ, ହୀରାକୁଦ କରୋନୀ, ଝାଡୁଆପଡା ଶ୍ରଦ୍ଧାକର ସୁପକାର ଗଳି, ପାଂଚଗୋଛିଆର ହରଗୌରୀପଡା, ଜଗନ୍ନାଥ ମନ୍ଦିର କରୋନୀ, ହାଉସିଂବୋର୍ଡ କଲୋନୀ, ଧନୁପାଲିର ଶିବ ନଗର, ମୋତିଝରଣର ଏକ୍ସକ୍ଲୁସିଭ୍ କଲୋନୀ, ବରେଇପାଲିର ନୂଆପଡା, କଂସାରୀପଡାରେ ଜାରି ହୋଇଛି ୧୪୪ ଧାରା । ଏହି ଅଂଚଳ ଗୁଡିକ ଠାରୁ ୧୦୦ ମିଟର ବ୍ୟାସାର୍ଧ ମଧ୍ୟରେ ସାଧାରଣ ଲୋକଙ୍କ ପ୍ରବେଶ ମନା ରହିଛି । ଏନେଇ ସଂବଲପୁର ଉପଜିଲ୍ଲାପାଳ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।

ନିୟମ ଉଲଂଘନ କରିଥିବା ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇ କଡାପଦ କ୍ଷେପ ନିଆଯିବ ବୋଲି କୁହାଯାଇଛି । ଏହି ସମୟରେ ସଂପୃକ୍ତ ଅଂଚଳ ଗୁଡିକ ଉପରେ ଏକଜିକ୍ୟୁଟିଭ୍ ମାଜି ଷ୍ଟ୍ରେଟ୍, ଅଇଁଠାପାଲି ପୋଲିସ, ଧନୁପାଲି ପୋଲିସ, ଖେତରାଜପୁର ପୋଲିସକୁ ନଜର ରଖିବାକୁ କୁହାଯାଇଛି । ଏହି କଟକଣା ଆଜି ଠାରୁ ଆସନ୍ତା ୧୬ ତାରିଖ ଯାଏଁ ଲାଗୁ ରହିବ ।