କେନ୍ଦ୍ରାପଡା ସହର ଓ ପାଖ ୪ ପଂଚାୟତରୁ ହଟିଲା ୧୪୪ ଧାରା : ଆଇନଶୃଂଖଳା ପରିସ୍ଥିତି ଠିକ୍ ଥିବାରୁ କଟକଣା ହଟାଇଲା ଜିଲ୍ଲା ପ୍ରଶାସନ 

64

କନକ ବ୍ୟୁରୋ : କେନ୍ଦ୍ରାପଡା ସହର ଓ ୪ ପଂଚାୟତରୁ ହଟିଲା ୧୪୪ ଧାରା । କୌଣସି ସ୍ଥାନରେ ଲୋକ ଗହଳି ନହେବାରୁ, ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବାରୁ, ଶାନ୍ତି ବଜାୟ ରହିଥିବାରୁ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଠିକ୍ ଥିବାରୁ ଗତ ରାତି ୧୧ଟାରୁ କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ । ଜନସାଧରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତି ନେଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

ଗ୍ୟାଙ୍ଗଷ୍ଟର ହାଇଦରର ପୋଲିସ ଏନକାଉଁଟରରେ ମୃତ୍ୟୁ ପରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାର ଆଶଙ୍କା କରି, କେନ୍ଦ୍ରାପଡ଼ା ମୁନସିପାଲିଟି ସମେତ ସହରକୁ ଲାଗିଥିବା ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଂଚାୟତରେ ୧୪୪ ଧାରା ଲାଗୁ ହୋଇଥିଲା । ୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସପ୍ତାହ ବ୍ୟାପି କଟକଣା ବଳବତର ରହିବ ବୋଲି କୁହାଯାଇଥିଲା । ପରିସ୍ଥିତିର ସମୀକ୍ଷା ପରେ ଗତକାଲି କଟକଣା ହଟାଇବାକୁ ନିଷ୍ପତି ନେଇଥିଲା ଜିଲ୍ଲା ପ୍ରଶାସନ ।