ନାଗାର୍ଜୁନ ବେଶ ପାଇଁ ପୁରୀ ବଡ ଦାଣ୍ଡରେ ଲାଗିବ ୧୪୪ ଧାରା । ଆଜି ରାତି ୨ଟାରୁ ଜାରି ହେବ କଟକଣା

945

କନକ ବ୍ୟୁରୋ : ନାଗାର୍ଜୁନ ବେଶ ପାଇଁ ପୁରୀ ବଡ ଦାଣ୍ଡରେ ଲାଗିବ ୧୪୪ ଧାରା । ଆଜି ରାତି ୨ଟାରୁ ଜାରି ହେବ ଏହି କଟକଣା । ଶ୍ରୀ ମନ୍ଦିର ଚାରିପାଖେ ମଧ୍ୟ ୧୪୪ ଧାରା ଜାରି ହେବ । ମରିଚିକୋଟ ଛକରୁ ଦୋଳମଣ୍ଡପ ସାହି ଯାଏଁ ୧୪୪ ଧାରା ଲାଗିବ । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଲାଗିବ ୧୪୪ ଧାରା । ମହାପ୍ରଭୁଙ୍କ ବେଶ ଓଲାଗି ଯାଏଁ ବଳବତ୍ତର ରହିବ ୧୪୪ ଧାରା । ନାଗାର୍ଜୁନ ବେଶ ଓଲାଗି ଶେଷ ହେବା ପରେ ପତିତପାବନ ଦର୍ଶନ କରିପାରିବେ ଭକ୍ତ ।

ସୁରକ୍ଷା ବ୍ୟବସ୍ଥା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୨ ଅତିରିକ୍ତ ଏସପି, ୭ ଡିଏସପି, ୨୫୦ ହୋମଗାର୍ଡ, ୭୭ ଏସଆଇ ଓ ୧୯ ଜଣ ଇନ୍ସପେକ୍ଟର ନିୟୋଜିତ ରହିବେ । ଏନେଇ ପୁରୀ ଏସପି କେ ବିଶାଲ ସିଂ ସୂଚନା ଦେଇଛନ୍ତି ।