ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ଲାଗିବ ୧୪୪ ଧାରା । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା

144

କନକ ବ୍ୟୁରୋ: ବାହୁଡା ଯାତ୍ରା ପାଇଁ ପୁରୀ ସହରରେ ଲାଗୁ ହେବ ୧୪୪ ଧାରା । ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ୮ଟା ଯାଏଁ କଟକଣା ଜାରି ରହିବ । ବଡଦାଣ୍ଡରେ ଥିବା ଘର ଛାତ, ବାଲକୋନିରେ ଠିଆ ହେବା ଉପରେ କଟକଣା ଲଗାଯାଇଛି । ବଡଦାଣ୍ଡରେ ଥିବା ହୋଟେଲ ଧର୍ମଶାଳା ୧୮ ସୁଦ୍ଧା ଖାଲି ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଚଳିତ ବର୍ଷ ପୁରୀ ରଥଯାତ୍ରା କଟକଣା ମଧ୍ୟରେ ପାଳନ ହୋଇଛି । କେବଳ ସେବାୟତମାନେ ଏଥର ରଥ ଟାଣିଛନ୍ତି । କରୋନା ମହାମାରୀ ଯୋଗୁଁ ଏଥର ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଛି । ସେହିପରି ବାହୁଡା ଯାତ୍ରାକୁ ମଧ୍ୟ କଟକଣାରେ ପାଳନ କରିବାକୁ ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଛି ।