ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା : ଆଜି ସନ୍ଧ୍ୟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା

85

କନକ ବ୍ୟୁରୋ : ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ ବଟ୍ଟରେ ଲାଗୁ ହେବ ୧୪୪ ଧାରା । ଆଜି ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ । ଏହି ସମୟ ଭିତରେ ମହାପୁରୁଷଙ୍କ ଗାଦିର ୨୦୦ମିଟର ପରିଧି ଭିତରେ କୌଣସି ଜନସମାଗମ ହୋଇପାରିବ ନାହିଁ । ୨୩ ତାରିଖରେ ମହାପୁରୁଷଙ୍କ ସ୍ୱନକ୍ଷେତ୍ର ଦିବସ ପଡୁଛି । ଏହି ଅବସରରେ ମହାପୁରୁଷଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି ।

ଏହାକୁ ଦୃଷ୍ଟିରେ ରଖି ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ ପକ୍ଷରୁ କଟକଣା ଲଗାଇବା ପାଇଁ ନିର୍ଦ୍ଦେଶନାମା ଜାରି କରି କରାଯାଇଛି । ଏଥିରେ କୁହାଯାଇଛି, ବର୍ତ୍ତମାନର ପରିସ୍ଥିତିରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଇ ହେବ ନାହିଁ । ତେଣୁ କରୋନା ସଂକ୍ରମଣ ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆସିଥିବା ଗାଇଡଲାଇନ ଅନୁସାରେ ଏହି କଟକଣା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ।