ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ୧୪୪ ଧାରା: ଜାଣନ୍ତୁ ଶ୍ରୀକ୍ଷେତ୍ରର କେଉଁଠୁ କେଉଁ ଯାଏଁ ଲାଗୁ ହେବ ୧୪୪; ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଣ ରହିଲା ଗାଇଡଲାଇନ୍ସ

537

କନକ ବ୍ୟୁରୋ: ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା । ମାର୍କେଟ ଛକଠାରୁ କାକୁଡିଖାଇ ଛକ ଓ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଲାଗୁ ହେବ । ଆସନ୍ତା ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଥିବା ବେଳେ ୪ ତାରିଖରୁ ୬ ତାରିଖ ଯାଏଁ କଟକଣା ଲାଗୁ ହେବ । ନୀତି ସୁପରିଚାଳନା ପାଇଁ ଗଠିତ ସୋମବାରିଆ କମିଟି ବୈଠକରେ ଏହି ନିଷ୍ପତ ହୋଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ନିଷ୍ପତି ଆଧାରରେ ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ବଳବତର ରହିବ । ମହାପ୍ରଭୁଙ୍କ ସ୍ନାନ ଯାତ୍ରାର ସିଧା ପ୍ରସାରଣ କରାଯିବ । ଶ୍ରଦ୍ଧାଳୁମାନେ ଘରେ ବସି ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ ପୂର୍ଣ୍ଣିମା ଦେଖିପାରିବେ । ସେପଟେ ସ୍ନାନ ପୂର୍ଣ୍ଣିମା ଆଗରୁ ପାଳିଆ ସେବାୟତଙ୍କୁ ମିଶାଇ ମୋଟ ୭୦୦ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି । ଅଧିକାଂଶ ସେବାୟତଙ୍କର ନେଗେଟିଭ୍ ଆସିଛି ବୋଲି ଜିଲ୍ଲାପ୍ରଶାସନ ସୂଚନା ଦେଇଛି ।