ଓଡିଶାରେ ନାଇଟ କର୍ଫ୍ୟୁ ନେଇ ପୋଲିସ କମିଶନରଙ୍କ ସୂଚନା : ଟ୍ୱିନସିଟିରେ ଜାରି ହେବ ୧୪୪ ଧାରା; ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୪୦ପ୍ଲାଟୁନ ଫୋର୍ସ

402

କନକ ବ୍ୟୁରୋ : ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଥିବା ବେଳେ ରାତି ୯ଟା ପରେ କେହି ଘରୁ ନବାହାରିବାକୁ କହିଛନ୍ତି ପୁଲିସ କମିସନର । ୯ଟା ପୂର୍ବରୁ ହୋଟେଲ ଓ ବାର ବନ୍ଦ କରାଯିବ । ଗମନାଗମନ ଉପରେ କଟକଣା ରହିବା ସହ ୧୪୪ ଧାରା ଜାରି କରାଯିବ । ଅତ୍ୟାବଶ୍ୟକୀୟ ସେବା ଜାରି ରହିବ । ସମସ୍ତ ଥାନା ଅଂଚଳରେ ପେଟ୍ରୋଲିଂ କରାଯିବ । ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ନାକାବନ୍ଦୀ କରାଯିବ । ଯେଉଁମାନେ ନିୟମ ଉଂଲଘନ କରିବେ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେପଟେ, ଜିରୋ ନାଇଟ ସେଲିବ୍ରେସନକୁ ଦୃଷ୍ଟିରେ ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏ ସାରା ରାଜ୍ୟରେ ଏହି ଦିନିକିଆ କର୍ଫ୍ୟୁ ବଳବତର ରହିବ । ତେବେ କର୍ଫୁ ସମୟରେ ଜରୁରୀକାଳୀନ ସେବା ଓ ଯାତାୟାତକୁ ଅନୁମତି ମିଳିବ । କରୋନା ସଂକ୍ରମଣ ଆଶଙ୍କାରେ ଜାରି ହୋଇଥିବା ଏହି ନାଇଟ କର୍ଫ୍ୟୁରେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର ।ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ।