କନକ ବ୍ୟୁରୋ : ନିଆଳିରେ ପ୍ରସିଦ୍ଧ ମାଧବାନନ୍ଦ ଜିୟୁ ମନ୍ଦିରରେ ୧୪୪ ଧାରା । ମାଧବାନନ୍ଦଜିୟୁ ମନ୍ଦିରରେ ଭୈମ ଏକାଦଶୀ ମେଳା ଅନୁଷ୍ଠିତ ହେବାକୁ ଆଉ ଗୋଟିଏ ଦିନ ଅଛି । ହେଲେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ ।
ମନ୍ଦିରର ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ । ଆଇନ ଶୃଙ୍ଖଳା ଉଂଲଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତି ହୋଇଛି । ମନ୍ଦିରରେ ଭୈମ ଏକାଦଶୀ ପର୍ବ ଯଥାରୀତିରେ କୋଭିଡ ନିୟମ ଅନୁସାରେ କରିବାକୁ ସ୍ଥିର କରାଯାଇଛି । ସେପଟେ ବ୍ୟବସାୟୀ ମାନେ ଅନେକ କ୍ଷତି ସହିବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/Madhab-Temple-Niali-2.jpg)