କନକ ବ୍ୟୁରୋ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି କି ନନ୍ଦୀଗ୍ରାମରେ ବିଶୃଙ୍ଖଳା କରିବା ଓ ଭୋଟର ମାନଙ୍କୁ ଧମକାଇବାକୁ ବିଜେପି ବାହାର ରାଜ୍ୟରୁ ଗୁଣ୍ଡା ଆଣିଛି । ଏନେଇ ସେ ଆଜି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହାସହ ଗତକାଲି ମମତା ଅଭିଯୋଗ କରିଥିଲେ କି ପଶ୍ଚିମ ମେଦିନାପୁରର କିଛି ଗାଁରୁ ଲୋକମାନଙ୍କୁ ବିଜେପି ଉଠାଇ ନେଇ ଏକ ସ୍ଥାନରେ ଲୁଚାଇ ରଖିଛି ।
ଗୁରୁଘାଟରେ ଏକ ନିର୍ବାଚନୀ ସଭାରେ ବିଜେପିକୁ ଟାର୍ଗେଟ୍ କରି ମମତା କହିଥିଲେ କି ‘ବିଜେପି ଶହ ଶହ ନେତାଙ୍କୁ ମୋ ବିରୋଧରେ ଲଢିବା ପାଇଁ ଆଣିଛି । ଜଣେ ମହିଳାଙ୍କ ବିରୋଧରେ ଲଢିବାର ତାଙ୍କର (ଶୁଭେନ୍ଦୁ) ଏକା କ୍ଷମତା ନାହି ’ । ଏହା ତାଙ୍କର ପରାଜୟ ଭୟର କାରଣ ବୋଲି ସେ କହିଥିଲେ ।
ଅନ୍ୟପଟେ ବିଜେପି ନେତା ଜୟପ୍ରକାଶ ମଜମୁଦାର କହିଛନ୍ତି କି ମମତା କରିଥିବା ଅଭିଯୋଗ ଉପରେ ନିର୍ବାଚନ କମିଶନ ନଜର ଦେବା ଉଚିତ୍ । ମାତ୍ର ମମତାଙ୍କ ଏଭଳି ଅଭିଯୋଗ ପରେ ଜଣାପଡିଗଲା କି ମମତା ପରାଜୟକୁ ସ୍ୱୀକାର କରିସାରିଛନ୍ତି । ତେଣୁ ସେ ଜାଣିଶୁଣି ଭୋଟ ଗ୍ରହଣ ପୂର୍ବରୁ ନନ୍ଦୀଗ୍ରାମରେ ଧାରା ୧୪୪ ଲଗାଇଦେଲେ ।
କହିରଖୁ କି ମତଦାନ ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୨୨ କମ୍ପାନୀ କେନ୍ଦ୍ରୀୟ ବଳ ମୃତୟନ କରାଯିବା ସହ ୨୨ ଜଣ ତ୍ୱରିତ ପ୍ରତିକ୍ରିୟା ଦଳ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୫୫ ଟି ମତଦାନ କେନ୍ଦ୍ରଥିବା ବେଳେ ୭୫ ପ୍ରତିଶତ କେନ୍ଦ୍ରରେ ୱେବକାଷ୍ଟିଂର ସୁବିଧା କରାଯାଇଛି ।