ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଆଜି ସ୍ୱନକ୍ଷତ୍ର ଦିବସ : ସଂକ୍ରମଣ ଭୟରେ ନେମାଳ ବଟ୍ଟରେ ୧୪୪ ଧାରା ଜାରି

127

କନକ ବ୍ୟୁରୋ : ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ ବଟ୍ଟରେ ଆଜି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ୱନକ୍ଷତ୍ର ଦିବସ ପଡୁଛି । ହେଲେ ସଂକ୍ରମଣ ଭୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନେମାଳ ବଟ୍ଟରେ ୧୪୪ ଧାରା ଜାରି ହୋଇଛି । ୨୨ ତାରିଖ ସନ୍ଧ୍ୟା ୬ଟାରୁ ୨୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କଟକଣା କାଏମ ରହିବ । ଏହି ସମୟ ଭିତରେ ମହାପୁରୁଷଙ୍କ ଗାଦିର ୨୦୦ମିଟର ପରିଧି ଭିତରେ କୌଣସି ଜନସମାଗମ ହୋଇପାରିବ ନାହିଁ ।

ଆଜି ମହାପୁରୁଷଙ୍କ ସ୍ୱନକ୍ଷତ୍ର ଦିବସ ଥିବାରୁ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ ପକ୍ଷରୁ କଟକଣା ଲଗାଇବା ପାଇଁ ନିର୍ଦ୍ଦେଶନାମା ଜାରି କରି କରାଯାଇଛି । ଏଥିରେ କୁହାଯାଇଛି, ବର୍ତମାନର ପରିସ୍ଥିତିରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଇ ହେବ ନାହିଁ । ତେଣୁ କରୋନା ସଂକ୍ରମଣ ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆସିଥିବା ଗାଇଡଲାଇନ ଅନୁସାରେ ଏହି କଟକଣା ଲାଗୁ କରାଯାଇଛି ।