ଦିନକ ପରେ ମହାଶିବରାତ୍ରି : କରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ଶୋଭନେଶ୍ୱର ମନ୍ଦିରରେ ୧୪୪ ଧାରା ଜାରି

130

କନକ ବ୍ୟୁରୋ : ନିଆଳିର ପ୍ରସିଦ୍ଧ ଶୋଭନେଶ୍ୱର ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ନିଆଳି ନୂଆଗାଁରେ ପ୍ରସିଦ୍ଧ ଜାଗର ଯାତ୍ରା ବେଶ ଧୁମଧାମରେ ପାଳନ କରାଯାଏ । କରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ଶୋଭନେଶ୍ୱର ଶିବ ମନ୍ଦିରରେ ୧୪୪ ଧାରା ଜାରି କାରାଯାଇଛି । ଏହା ୧୦ ତାରିଖ ଅପରାହ୍ନ ୪ଟାରୁ ୧୨ ତାରିଖ ଅପରାହ୍ନା ୪ଟା ପର୍ଯ୍ୟନ୍ତ ଧାରା ବଳବତର ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

ମନ୍ଦିରର ୨୦୦ ମିଟର ପର୍ଯ୍ୟନ୍ତ ୧୪୪ଧାରା ବଳବତ୍ତର ରହିବ । ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୂଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ ନିଆଳି ତହସିଲ କାର୍ଯ୍ୟାଳରେ ତହସିଲଦାର ବିଦ୍ୟାଧର ପତି ଓ ନିଆଳି ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ମନ୍ଦିରର ସେବାୟତ ,ବୁଦ୍ଧିଜୀବି ,ସରପଂଚ,ସ୍ଥାନୀୟ ଅଂଚଳର ସମାଜସେବୀ ଯୋଗ ଦେଇଥିଲେ । ସାଧାରଣ ଭକ୍ତଟିଏ ବି ଜାଗର ଦିନ ମନ୍ଦିରରେ ଦର୍ଶନ କରିପାରବେ ନାହିଁ । ମନ୍ଦିରର ସେବାୟତଙ୍କୁ ନେଇ ଠାକୁରଙ୍କ ନିତିକାନ୍ତି କରାଯିବ । ସମସ୍ତ ସେବାୟତ ମାସ୍କ ପିନ୍ଧିବାକୁ ବୈଠକରେ ସ୍ଥିର କରାଯାଇଛି ।