କାକଟପୁର ମା’ ମଙ୍ଗଳାଙ୍କ ଝାମୁଯାତ୍ରା ଶେଷ…ତାଲାବନ୍ଦ ପ୍ରଭାବରେ ମନ୍ଦିରକୁ ଆସିଲେନି ଭକ୍ତ: ଲକ୍ଷ ଲକ୍ଷ ଟଙ୍କାର ଭୋଗ ଓ ଦୀପ ନଷ୍ଟ…ଫିମ୍ପି ମରା ଭୋଗକୁ ଫିଙ୍ଗିଦେଲେ ଦୋକାନୀ

308

କନକ ବ୍ୟୁରୋ: ଶେଷ ହୋଇଛି କାକଟପୁର ମା ମଙ୍ଗଳାଙ୍କ ଝାମୁଯାତ୍ରା । ତେବେ ତାଲାବନ୍ଦ କାରଣରୁ ମାଆଙ୍କ ମନ୍ଦିରକୁ ଭକ୍ତଙ୍କ ଆସିବା ନେଇ କଟକଣା ଲାଗି ଥିବାରୁ କେହି ଭକ୍ତ ଆସିଲେନାହିଁ । ଫଳରେ ଝାମୁ ଯାତ୍ରାରେ ଲକ୍ଷାଧିକ ଟଙ୍କାର ବେପାର ହରାଇଛନ୍ତି ଭୋଗ ଦୋକାନୀ । ହଜାର ହଜାର ଦୀପ ନଷ୍ଟ ହୋଇଛି । ସେହିପରି ନଷ୍ଟ ହୋଇଥିବା ଭୋଗକୁ ବାଧ୍ୟ ହୋଇ ଫୋପାଡି ଦେଇଛନ୍ତି ଦୋକାନୀ । ବିଶେଷ କରି ଏଥିରେ ଆର୍ଥିକ କ୍ଷତିର ଶିକାର ହୋଇଛନ୍ତି ଭୋଗ ନିଲାମଧାରୀ ।

କାକଟପୁର ବାସିନୀ ମାଙ୍କ ଏକମାସ ବ୍ୟାପୀ ଝାମୁଯାତ୍ରା ସମାପନ ହୋଇଛି । କରୋନା ଭୂତାଣୁ ର ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କଲେ । ତାର ପ୍ରଭାବ ସିଧା ସଳଖ ମା ମଙ୍ଗଳାଙ୍କ ଝାମୁଯାତ୍ରା ଉପରେ ପଡିଲା । ମନ୍ଦିରକୁ ଭକ୍ତମାନଙ୍କ ଯାତାୟାତ ଉପରେ କଟକଣା ଲଗାଇଲ ପ୍ରଶାସନ । ମନ୍ଦିର ଚାରି ଦ୍ଵାର ମଧ୍ୟ ଭକ୍ତ ମାନଙ୍କ ପାଇଁ ବନ୍ଦ କରିଦିଆଗଲା । କିନ୍ତୁ ଏହାର ସିଧା ସଳଖ ପ୍ରଭାବ ମନ୍ଦିର ଭିତରେ ଥିବା ଭୋଗ ଦୀପ ଦୋକାନ ନିଲାମଧାରୀଙ୍କ ଉପରେ ପଡିଲା । ଝାମୁଯାତ୍ରାକୁ ଦେଖି ଭୋଗ ଦୋକାନୀ ଲକ୍ଷ ଲକ୍ଷ ଟଙ୍କାର କୁଇଣ୍ଟାଲ କୁଇଣ୍ଟାଲ ଓଜନର ଭୋଗ ତିଆରି କରିଥିଲା । ଦୀପ ଦୋକାନୀ ମଧ୍ୟ ଦୀପ ସରଜ।ମ କିଣି ଭକ୍ତଙ୍କ ରଖିଥିଲେ ମଧ୍ୟ ତାହା ବିକ୍ରି ନହୋଇ ପଡିରହିଛି ।

ଭୋଗ ସବୁ ଫିମ୍ପି ମାରି ନଷ୍ଟ ହୋଇଗଲାଣି । ନଷ୍ଟ ଭୋଗକୁ ଦୋକାନୀ ପ୍ରାଚୀନଦୀ ଓ ଡ୍ରେନରେ ଫୋପାଡି ଦେଉଛନ୍ତି । ଭୋଗ ଦୋକାନ ନୀଳମଧାରୀ 51 ଲକ୍ଷ ଆଉ ଦୀପ ଦୋକାନ ପାଇଁ 82 ଲକ୍ଷ ଟଙ୍କାର ନିଲାମ ଧରିଥିଲେ । ଏବେ ଏହି ଯାତ୍ରା ସମୟରେ ପ୍ରାୟ ସତୁରିଭାଗ ନିଲାମ ଅର୍ଥ ଉଠାଇ ସାରିଥାନ୍ତେ କିନ୍ତୁ ତ।ଲ।ବନ୍ଦ ପ୍ରଭାବ ଯୌଙ୍ଗୁ ମନ୍ଦିର ବନ୍ଦ ହୋଇଯିବା କାରଣରୁ ନୀଲାମଧାରୀ ମାନେ ଲକ୍ଷଲକ୍ଷ ଟଙ୍କାର କ୍ଷତି ସହିବାକୁ ଯାଉଛନ୍ତି । ଦେବତୋର ବିଭାଗ ଭୋଗ ଦୀପ ଦୋକାନୀଙ୍କ ସମସ୍ୟା ଦୃଷ୍ଟି ଦେବାକୁ ଦାବିକରିଛନ୍ତି ।