କନକ ବ୍ୟୁରୋ: ନାଗରିକତ୍ୱ ସଂଶୋଧନ ଆଇନକୁ ଆଜି ପୁଣି ଦିଲ୍ଲୀରେ ଉତେଜନା ସୃଷ୍ଟି ହୋଇଛି । ଲାଲକିଲ୍ଳା ନିକଟରେ ଏକାଠି ହୋଇଛନ୍ତି ହଜାର ହଜାର ବିକ୍ଷୋଭକାରୀ । ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ୧୪୪ ଧାରା ଜାରି କରାଯାଇଛି । ଏହା ସହ ବିରୋଧ ପ୍ରଦର୍ଶନ ହେଉଥିବା ଅଂଚଳରେ ୪ ଜଣରୁ ଅଧିକ ବ୍ୟକ୍ତି ଏକାଠି ନହେବାକୁ ବାରଣ କରାଯାଇଛି ।

Advertisment

publive-image

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି ପୋଲିସ୍ । ସେହିପରି ଉତରପ୍ରଦେଶର ଲକ୍ଷେ୍ନøରେ ବିକ୍ଷୋଭକାରୀମାନେ ବିକ୍ଷୋଭ କରିଛନ୍ତି । ପରିସ୍ଥିତିକୁ ଦେଖି ୧୪ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି । କିଛି ଅଂଚଳରେ ମୋବାଇଲ ନେଟୱାର୍କ ବନ୍ଦ କରାଯାଇଛି । ସେପଟେ କର୍ଣ୍ଣାଟକ, କେରଳରେ ମଧ୍ୟ ବନ୍ଦ୍ ଦେଖିବାକୁ ମିଳିଛି ।

publive-image

ସକାଳ ୯ଟାରୁ ଦିନ ୧ଟା ଯାଏଁ ସହରର କେତେକ ଅଞ୍ଚଳରେ ଯୋଗାଯୋଗ ସେବା ବନ୍ଦ ରଖିବାକୁ ଏୟାର୍‌ଟେଲ୍‌, ଭୋଡାଫୋନ୍‌ ଆଇଡିଆ, ରିଲାଏନ୍‌ସ୍‌ ଜିଓ, ଏମ୍‌ଟିଏନ୍‌ଏଲ୍‌/ବିଏସ୍‌ଏନ୍‌ଏଲ୍‌ ପ୍ରଭୃତି ଟେଲିକମ୍‌ ଅପରେଟରମାନଙ୍କୁ ଦିଲ୍ଲୀ ପୁଲିସ ଆଦେଶ ଦେଇଛି। ଆଜି ପ୍ରଥମେ ଏୟାର୍‌ଟେଲ୍‌ର ଗ୍ରାହକମାନେ ସେମାନଙ୍କ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ବ୍ୟବହାର କରି ନ ପାରିବାରୁ ଏ କଥା ଜଣାପଡ଼ିଛି। ଏ ସଂକ୍ରାନ୍ତରେ କମ୍ପାନି ନିକଟରେ ଆପତ୍ତି କରିବାରୁ ଜବାବ ମିଳିଲା: ଦିଲ୍ଲୀର କେତେକ ଅଞ୍ଚଳରେ ଭଏସ୍‌, ଏସ୍‌ଏମ୍‌ଏସ୍‌ ଏବଂ ଡାଟା ବନ୍ଦ ରଖିବାକୁ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ ପାଇଥିବା ଆଦେଶ ପାଳନ କରୁଛୁ। ନିଷେଧାଦେଶ ଉଠିଗଲେ ଆମ ସେବା ପୂର୍ଣ୍ଣରୂପେ ଆଗେଇ ଚାଲିବ। ଅସୁବିଧା ପାଇଁ ଦୁଃଖିତ। ପଟୁଆରରେ ବାହାରିବାକୁ ଘୋଷଣା କରିଥିବା ପ୍ରତିବାଦକାରୀଙ୍କୁ ଏକତ୍ର ନ କରାଇ ଦେବାକୁ ଦିଲ୍ଲୀ ପୁଲିସ ଲାଲ୍‌ କିଲା ଅଞ୍ଚଳରେ ୧୪୪ ଧାରା ଜାରି କରିଛି।