କେନ୍ଦୁଝର ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଗୁ ହେଲା ୧୪୪ ଧାରା ।

160

କନକ ବ୍ୟୁରୋ : କେନ୍ଦୁଝର ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଗୁ ହୋଇଛି ୧୪୪ ଧାରା । ସୂଚନା ଅନୁସାରେ ଯୋଡା ବଜାର ନିକଟରେ ଏକ ଗୋଷ୍ଠୀ ଧାର୍ମିକ ଶୋଭାଯାତ୍ରା କରୁଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଗଣ୍ଡଗୋଳର ସୂତ୍ରପାତ ସୃଷ୍ଟି ହୋଇଥିଲା ।

ତାପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ପଥର ମାଡ କରିଥିଲେ । ଏଥିରେ ୫ରୁ ୧୦ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏସପିଙ୍କ ସହିତ ପୋଲିସ ଫୋର୍ସ ଆସି ପହଞ୍ଚିଥିଲେ । ଏହାପରେ ସ୍ଥିତୁ ନିୟନ୍ତ୍ରଣକୁ ଆସିଥିଲା ।