କେଉଁଠି ଅଛନ୍ତି ହେମନ୍ତ ସୋରେନ? ଇଡିର ତନାଘନା । ରାଞ୍ଚିର ୩ଟି ସ୍ଥାନରେ ଲାଗିଲା ୧୪୪ ଧାରା ।

Advertisment
କେଉଁଠି ଅଛନ୍ତି ହେମନ୍ତ ସୋରେନ? ଇଡିର ତନାଘନା । ରାଞ୍ଚିର ୩ଟି ସ୍ଥାନରେ ଲାଗିଲା ୧୪୪ ଧାରା ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ସେ କେବେ ଓ କେମିତି ଆସିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ସେ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ୟ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପଟେ ସୋରେନଙ୍କ ଫେରିବାକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି । ତେବେ ଗତକାଲି ରାତିରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିବା ସୂଚନା ରହିଛି ।

ଅନ୍ୟପଟେ ଏହା ମଧ୍ୟ କୁହାଯାଉଛି ଯେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଞ୍ଜାବରେ ଅଛନ୍ତି। ତାଙ୍କ ଗିରଫଦାରୀର ଯଥେଷ୍ଟ ସମ୍ଭାବନା ଥିବାରୁ ଝାଡ଼ଖଣ୍ଡରେ ସମର୍ଥକଙ୍କ ଆନ୍ଦୋଳନ ଜୋରଦାର ହୋଇଥିବା ବେଳେ ରାଞ୍ଚିର ୩ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଇଡି କାର୍ୟ୍ୟାଳୟ ଓ ରାଜଭବନର ୧୦୦ ମିଟର ଭିତରେ ୧୪୪ ଧାରା ଜାରି କରାଯାଇଛି। ରାତି ୧୦ଟା ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe