କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟର ସବୁ ଜିଲ୍ଲାରେ ଆଜିଠାରୁ ୧୪୪ ଧାରା ଲାଗୁ କରିଛନ୍ତି । ଏହି କ୍ରମରେ ଗୋଟିଏ ସ୍ଥାନରେ ୫ ରୁ ଅଧିକ ଲୋକ ଏକତ୍ରିତ ହେବାକୁ ବାରଣ କରାଯାଇଛି । ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ବି ଏହି କଟକଣା ଲାଗୁ କରାଯିବ । ଏନେଇ ସବୁ ଜିଲ୍ଲାର ଡିଏମ୍ ଓ ଏସ୍ ପି ମାନଙ୍କୁ ଚିଠି ଲେଖାଯାଇଛି ।

Advertisment

ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସବୁ କୋଭିଡ ହସ୍ପିଟାଲରେ ନୋଡାଲ ଅଧିକାରୀ ନିୟୋଜିତ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ସବୁ ଗ୍ରାମପଞ୍ଚାୟତ, ନଗରପାଳିକା ଓ ୱାର୍ଡ ସ୍ତରରେ ସଚେତନ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସଚେତନ କମିଟିରେ ଯୁବକ ମଙ୍ଗଳ ଦଳର ସଦସ୍ୟ, ଚୌକିଦାର, ନାଗରିକ ସୁରକ୍ଷା କମିଟିର ସଦସ୍ୟ ଓ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କୁ ସାମିଲ କରିବାକୁ କୁହାଯାଇଛି ।
ଏହାସହ ମୁଖ୍ୟମନ୍ତ୍ରୀ ଲକ୍ଷେ୍ନø, କାନପୁର, ପ୍ରୟାଗରାଜ, ବାରଣାସୀ, ଗାଜିଆବାଦ, ଓ ଗୌତମବୁଦ୍ଧ ନଗର ଭଳି ଜିଲ୍ଲାମାନଙ୍କ ଉପରେ ବିଶେଷ ଧ୍ୟାନ ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଭଳି ନର୍ଦ୍ଦେଶ ଦେବା ସହ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି କି ନିୟମ ଉଲଙ୍ଘନ କରୁଥିବା ଲୋକମାନଙ୍କ ଉପରେ କଠୋର ଦଣ୍ଡବିଧାନ କରାଯିବ ।