କରୋନା ପାଇଁ ଯାଜପୁରରେ ୧୪୪ ଧାରା ଜାରି । ବାତିଲ ହେଲା ସରକାରୀ କର୍ମଚାରୀଙ୍କ ଛୁଟି, ବାରୁଣୀ ବୁଡ ଉପରେ ଲାଗିଲା କଟକଣା ।

3,157

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲାରେ ଜାରି ହୋଇଛି ୧୪୪ ଧାରା । ଏକାଠି ହୋଇପାରିବେ ନାହିଁ ୫ରୁ ଅଧିକ ଲୋକ । ଏହା ସହିତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ବୈତରଣୀର ପ୍ରସିଦ୍ଧ ବାରୁଣୀ ବୁଡ ଉପରେ ମଧ୍ୟ କଟକଣା ଜାରି ହୋଇଛି । ମହାବାରୁଣୀ ପାଇଁ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏହା ସହିତ ଜିଲ୍ଲା ଭିତରକୁ ବାହାର ପର୍ଯ୍ୟଟକଙ୍କ ଗାଡି ପ୍ରବେଶ ନକରାଇବାକୁ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି ।