ସାକ୍ଷୀଗୋପାଳ ମନ୍ଦିର ୧୪୪ ଧାରା ଲାଗୁ: ଅଁଳାନବମୀରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତି; ସର୍ବସାଧାରଣଙ୍କ ପାଇଁ ରାଧାପାଦ ଦର୍ଶନ ମନା

42

କନକ ବ୍ୟୁରୋ: ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି । ଆସନ୍ତାକାଲି ଅଁଳା ନବମୀ ଥିବାବେଳେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛନ୍ତି ପ୍ରଶାସନ । ସାକ୍ଷୀଗୋପାଳ ମନ୍ଦିର ଚାରିପାଖରେ ୧୪୪ ଧାରାଲାଗୁ ହୋଇଛି । ମନ୍ଦିର ଚାରିପାଖର ୨ଶହ ମିଟର ପର୍ଯ୍ୟନ୍ତ ଲାଗୁ ହୋଇଛି ୧୪୪ ଧାରା ।

ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ଯାଏଁ କଟକଣା ଲାଗୁ କଲା ପ୍ରଶାସନ । ୨୨ତାରିଖରୁ ୨୫ ତାରିଖ ବଡ଼ ଏକାଦଶୀ ଯାଏଁ କଟକଣା ରହିବ । ଏହା ସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି । କେବଳ ମନ୍ଦିରରେ ସେବାୟତ ମାନେ ନିତିକାନ୍ତି କରିବେ । ଆସନ୍ତାକାଲି ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ନୀତିକାନ୍ତି ଅନୁଷ୍ଠିତ ହେବ ।

Comments are closed.