କନକ ବ୍ୟୁରୋ: ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି । ଆସନ୍ତାକାଲି ଅଁଳା ନବମୀ ଥିବାବେଳେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୪୪ ଧାରା ଲାଗୁ କରିଛନ୍ତି ପ୍ରଶାସନ । ସାକ୍ଷୀଗୋପାଳ ମନ୍ଦିର ଚାରିପାଖରେ ୧୪୪ ଧାରାଲାଗୁ ହୋଇଛି । ମନ୍ଦିର ଚାରିପାଖର ୨ଶହ ମିଟର ପର୍ଯ୍ୟନ୍ତ ଲାଗୁ ହୋଇଛି ୧୪୪ ଧାରା ।
ଚନ୍ଦନପୋଖରୀ ଠାରୁ ସିଦ୍ଧବକୁଳ ଯାଏଁ କଟକଣା ଲାଗୁ କଲା ପ୍ରଶାସନ । ୨୨ତାରିଖରୁ ୨୫ ତାରିଖ ବଡ଼ ଏକାଦଶୀ ଯାଏଁ କଟକଣା ରହିବ । ଏହା ସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି । କେବଳ ମନ୍ଦିରରେ ସେବାୟତ ମାନେ ନିତିକାନ୍ତି କରିବେ । ଆସନ୍ତାକାଲି ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ନୀତିକାନ୍ତି ଅନୁଷ୍ଠିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/18-27.jpg)