ଆଠଗଡ଼ ଧବଳେଶ୍ୱରରେ ପଞ୍ଚୁକ ଓ ବଡ଼ ଓଷା ପାଇଁ କଟକଣା ଜାରି : ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ପୀଠରେ ଦର୍ଶନ ମନା

205

କନକ ବ୍ୟୁରୋ : ଆଠଗଡ଼ ଧବଳେଶ୍ୱରରେ ପଞ୍ଚୁକ ଓ ବଡ଼ ଓଷା ପାଇଁ ଜାରି ହେଲା କଟକଣା । ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ପୀଠରେ ଦର୍ଶନ ମନା । ଆଜି ଠାରୁ ୧୯ ତାରିଖ ଯାଏଁ ମନ୍ଦିର ପରିସରରେ ୧୪୪ ଧାର ଜାରି କଲା ପ୍ରଶାସନ । କେବଳ ପୀଠରେ ଧବଳେଶ୍ୱରଙ୍କ ରୀତିନୀତି ସମ୍ପନ ହେବ । ମାତ୍ର ଭକ୍ତଙ୍କୁ ଦର୍ଶନ ନିଷେଧାଦେଶ କରାଯାଇଛି । ଗୁରୁଡିଝାଟିଆ ପୁଲିସ ଆଇନଶୃଙ୍ଖଳା ଦାୟିତ୍ବରେ ରହିବେ । ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ।

ସୂଚନା ଅନୁଯାୟୀ, ଧବଳେଶ୍ବର ପୀଠରେ ପଞ୍ଚୁକ ଯାତ୍ରା ପାଇଁ ୧୪୪ ଧାରା ଜାରି । ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ । ଏହା ପୂର୍ବରୁ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାରରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି । ଅଁଳାନବମୀ ଓ ବଡ଼ଓଷାରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ତେବେ କୋଭିଡ଼ ଯୋଗୁ ଗତବର୍ଷ ମଧ୍ୟ ଧବଳେଶ୍ବର ପୀଠକୁ ଭକ୍ତଙ୍କୁ ବାରଣ କରାଯାଇଥିଲା ।