୭ ଦିନ ଘରକୁ ଯାଇନଥିଲେ ବୈଜ୍ଞାନିକ । ଚନ୍ଦ୍ରାୟନ – ୨ ସଫଳତା ପଛର ଅକୁହା ଦିଗ ।

୭ଦିନ ପର୍ଯ୍ୟନ୍ତ ତାଙ୍କର ପୂରା ଟିମ୍‌ ଘରକୁ ନ ଯାଇ ଦିନ ରାତି ଏକ କରି ଚନ୍ଦ୍ରଯାନ-୨କୁ ପୁଣି ଥରେ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ କରିଥିବାରୁ ସେ ଧନ୍ୟବାଦ୍‌ ଜଣାଇଛନ୍ତି । ୭ଦିନ ତଳ କଥା ମନେ ପକାଇ ସେ ଭାବବିହ୍ଵଳ ହେବା ସହ ଟିମ୍‌ର ନିଷ୍ଠା ପାଇଁ ସେମାନଙ୍କୁ ସଲାମ୍‌ କରିଛନ୍ତି ।

494

ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଇତିହାସ ରଚିଛି ଭାରତ । ଅପରାହ୍ନ ୨ଟା ୪୩ମିନିଟ୍‌ରେ ଚନ୍ଦ୍ରଯାନ-୨କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି । ପ୍ରଥମେ ଏହାର ଉତ୍‌କ୍ଷେପଣ ସମୟରେ ସମସ୍ୟା ସୃଷ୍ଟି ହୋଇଥିବାରୁ ଦ୍ୱିତୀୟ ଥରରେ ଏହା ସଫଳ ଭାବେ ଚନ୍ଦ୍ରକୁ ନିଜ ଯାତ୍ରା ଆରମ୍ଭ କରି ସାରିଛି । ଚନ୍ଦ୍ରକୁ ସଫଳ ଭାବେ ଚନ୍ଦ୍ରଯାନ-୨ ନିଜର ଯାତ୍ରା ଆରମ୍ଭ କରି ସାରିଥିବା ବେଳେ ଇସ୍ରୋର ନିର୍ଦ୍ଦେଶକ କେ.ଶିବନ ଏ ନେଇ ନିଜ ପୂରା ଟିମ୍‌କୁ ଧନ୍ୟବାଦ୍‌ ଜଣାଇଛନ୍ତି ।

୭ଦିନ ପର୍ଯ୍ୟନ୍ତ ତାଙ୍କର ପୂରା ଟିମ୍‌ ଘରକୁ ନ ଯାଇ ଦିନ ରାତି ଏକ କରି ଚନ୍ଦ୍ରଯାନ-୨କୁ ପୁଣି ଥରେ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ କରିଥିବାରୁ ସେ ଧନ୍ୟବାଦ୍‌ ଜଣାଇଛନ୍ତି । ୭ଦିନ ତଳ କଥା ମନେ ପକାଇ ସେ ଭାବବିହ୍ଵଳ ହେବା ସହ ଟିମ୍‌ର ନିଷ୍ଠା ପାଇଁ ସେମାନଙ୍କୁ ସଲାମ୍‌ କରିଛନ୍ତି ।

ସୂଚନା ମୁତାବକ, ପୂର୍ବରୁ ୪ଥର ବାତିଲ ହେବା ପରେ ପ୍ରଥମେ ଜୁଲାଇ ୧୫ରେ ଚନ୍ଦ୍ରଯାନ-୨କୁ ଉତ୍‌କ୍ଷେପଣ କରାଯିବା ନେଇ ସମୟ ଧାର‌୍ୟ୍ୟ କରାଯାଇଥିଲା । କିନ୍ତୁ କିନ୍ତୁ ଚନ୍ଦ୍ରଯାନକୁ ମହାକାଶରେ ପହଞ୍ଚାଇବାକୁ ଥିବା ଜିଏସଏଲଭି-ମାର୍କ-୩ର କ୍ରାୟୋଜେନିକ ଇଂଜିନର ହିଲିୟମ ବଟଲରେ ଲିକ୍‌ ହେବାରୁ ଉତକ୍ଷେପଣର ୫୬ ମିନିଟ ପୂର୍ବରୁ ଏହି ଉତକ୍ଷେପଣକୁ ବାତିଲ କରାଯାଇଥିଲା । ଏହା ପରେ ଦିନ ରାତି ଏକ କରି ଇସ୍ରୋର ପୂରା ଟିମ୍‌ କେବଳ ୫ଦିନ ମଧ୍ୟରେ ହୋଇଥିବା ସମସ୍ୟାର ସମାଧାନ କରି ନେଇଥିଲେ, ଯାହାଦ୍ୱାରା ଆଜି ଏହାର ସଫଳଭାବେ ଉତ୍‌କ୍ଷେପଣ କରାଯାଇ ପାରିଥିବା ଜଣା ପଡ଼ିଛି ।