ଭାରତ-ପାକିସ୍ତାନ ସୀମାରେ ଗୁପ୍ତ ସୁଡଙ୍ଗ । କଠୁଆ ଜିଲ୍ଲାରେ ସୀମା ପାର ଟନେଲ ଠାବ କଲା ବିଏସଏଫ ।

123

କନକ ବ୍ୟୁରୋ : ଭାରତ ପାକିସ୍ତାନ ସୀମା ନିକଟରେ ପୁଣି ଏକ ଗୁପ୍ତ ସୁଡଙ୍ଗ ଠାବ କଲା ବିଏସଏଫ । ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ଅର୍ନ୍ତରାଷ୍ଟ୍ରୀୟ ସୀମାର ନିକଟରେ ଏହି ଟନେଲକୁ ଠାବ କରାଯାଇଛି । ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ନିମିର୍ତ ହୋଇଥିବା ଏହି ସୁଡଙ୍ଗକୁ କଠୁଆ ଜିଲ୍ଳାର ବୋବିଆଁ ଗାଁରେ ଠାବ କରାଯାଇଛି ।

ବିଏସଏଫ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି, ବିଏସଏଫର ସ୍ୱତନ୍ତ୍ର ଅଭିଯାନରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ସୁଡଙ୍ଗା ଠାକ କରିଛି ଭାରତୀୟ ସେନା । ଏପରି ସୁଡଙ୍ଗ ଦ୍ୱାରା ଭାରତ ଭିତରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିଥାନ୍ତି । ତେବେ ପାକିସ୍ତାନକୁ ଯୋଡୁଥିବା ସୁଡଙ୍ଗ ଠାବ କରିବା ଏହା ପ୍ରଥମ ଘଟଣା ନୁହେଁ ।

ପୂର୍ବରୁ ଗତ ନଭେମ୍ବର ମାସରେ ଏପରି ଏକ ଗୁପ୍ତ ସୁଡଙ୍ଗକୁ ଖୋଜି ବାହାର କରିଥିଲେ ଭାରତୀୟ ସୁରକ୍ଷା କର୍ମୀ । ଜମ୍ମୁର ସାମ୍ବା ଜିଲ୍ଲାରେ ଏହି ସୁଡଙ୍ଗ ଠାବ କରାଯାଇଥିଲା । ଏହି ସୁଡଙ୍ଗ ଜରିଆରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମାନେ ଭାରତ ଭିତରକୁ ପ୍ରବେଶ କରିଥିଲେ ।