ଭାରତର ଇତିହାସ ପୃଷ୍ଠା ଖୋଲିଲେ ଅନେକ ପରାକ୍ରମୀ ରାଜା,ମହାରାଜାଙ୍କର ବୀରଗାଥାର ପ୍ରମାଣ ଦେଖିବାକୁ ମିଳେ । ରଣଭୂମିରେ ଜଣେ ରାଜା ଖଡ଼ଗ, ଢାଲ ଧରି ଶତ୍ରୁ ସଙ୍ଗେ ଲଢେଇ କରିବା ପୂର୍ବରୁ ସୈନ୍ୟଙ୍କ ସୁରକ୍ଷା କଥା ଆଗ ଚିନ୍ତା କରୁଥିଲେ । ତେବେ ଖାଲି ସୈନ୍ୟ ନୁହଁ ଯୁଦ୍ଧରେ ସାରଥି ସାଜିଥିବା ଘୋଡ଼ାର ମଧ୍ୟ ରଣକ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥାଏ । ଏଭଳି ଅନେକ ଯୁଦ୍ଧ ହୋଇଛି ଯେଉଁଥିରେ ବୀରଗତି ପ୍ରାପ୍ତ କରିଥିବା ସହ ସହ ଅଶ୍ୱଙ୍କ ବଳିଦାନ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଛି । ଏହି ବୀରଅଶ୍ୱ ଏବଂ ଅଶ୍ୱପତି ରାଜାଙ୍କ ସ୍ମରଣାର୍ଥେ ଆଜି ବି ବିଭିନ୍ନ ସହରର ମଧ୍ୟଭାଗରେ ମହାରାଜାଙ୍କ ପ୍ରତିମା ସାଙ୍ଗକୁ ଘୋଡ଼ାର ମୂର୍ତ୍ତି ମଧ୍ୟ ସ୍ଥାନ ପାଇଥାଏ ।
କୁହାଯାଏ ଦେଶର ହୀତ ପାଇଁ ଲଢି ରାଜା ଅମର ହେବାସଙ୍ଗେ ତାଙ୍କ ସାରଥୀ ଘୋଡା ମଧ୍ୟ ଅମର ହୋଇଯାଏ । ଏହି ପ୍ରତିମା ବୀରତାର ସନ୍ଦେଶ ଦେଇଥାଏ । ତେବେ ଆପଣ କେବେ ଯଦି ଧ୍ୟାନରେ ଏହି ପ୍ରତିମୂର୍ତ୍ତିକୁ ଦେଖିଥିବେ ତାହେଲେ ଏଥିରେ କିଛିଟା ଅସାମଞ୍ଜସ୍ୟ ନିଶ୍ଚିତ ବାରି ପାରିଥିବେ । କେଉଁ ମୂର୍ତ୍ତିରେ ଘୋଡ଼ାର ଗୋଟିଏ ଗୋଡ଼ ଉପରକୁ ଉଠିଥିବା ବେଳେ , ଆଉ କେଉଁ ପ୍ରତିମାରେ ଘୋଡ଼ାର ଦୁଇଗୋଡ଼ ଉଠିଥାଏ , ଆଉ କେଉଁଠି ଘୋଡ଼ା ସାଧାରଣ ଭାବେ ଠିଆ ହୋଇଥାଏ । ମନରେ କେବେ ଆସିନଥିବା ଏହି ପ୍ରଶ୍ନର ଉତ୍ତର ଉଣାଅଧିକେ ଖୁବ୍ କମ୍ ଲୋକ ଜାଣିଥିବେ । ତେବେ ଆସନ୍ତୁ ଆପଣଙ୍କ ମନର ଜିଜ୍ଞାସାକୁ ଆଜି ଆମେ ଏହି ଲେଖ ମାଧ୍ୟମରେ ଭେଟି ଦେବୁ ।
୨ ଗୋଡ଼ ଉପରକୁ ଉଠାଇଥିବା ଅଶ୍ୱ :
କୌଣସି ପ୍ରତିମୂର୍ତ୍ତିରେ ଯଦି ବୀରଯୋଦ୍ଧାଙ୍କ ସହ ଘୋଡ଼ାର ଦୁଇଗୋଡ଼ ଉପରକୁ ଉଠିଥାଏ ତେବେ ଜାଣିନେବେ ଯେ ବୀର ଜଣକ ପୂର୍ବରୁ ବହୁ ଯୁଦ୍ଧ କରିଛନ୍ତିି ଏବଂ ରଣକ୍ଷେତ୍ରରେ ହିଁ ସେ ସହିଦ୍ ହୋଇଛନ୍ତି ।
ଗୋଟିଏ ଗୋଡ଼ ଉପରକୁ ଉଠାଇ ଠିଆ ହୋଇଥିବା ଅଶ୍ୱ :
ଯଦି କୌଣସି ପ୍ରତିମୂର୍ତ୍ତିରେ ବୀରଯୋଦ୍ଧାଙ୍କ ସହ ଘୋଡ଼ାର ଗୋଟିଏ ଗୋଡ଼ ଉପରକୁ ଉଠିଥିବ ତେବେ ଜାଣିନେବେ ଯେ ଯୁଦ୍ଧ ସମୟରେ ଯୋଦ୍ଧା ଗୁରୁତର ଆହତ ହୋଇଥିଲେ । ଏବଂ ତାଙ୍କ ମୃତ୍ୟୁ ଚିକିତ୍ସା ସମୟରେ ହୋଇଥିଲା ।
ସାଧାରଣ ଭାବେ ଠିଆ ହୋଇଥିବା ଅଶ୍ୱ :
କିଛି ପ୍ରତିମାରେ ରାଜାଙ୍କ ସହ ଘୋଡ଼ା ସାମାନ୍ୟ ରୁପରେ ଠିଆ ହୋଇଥିବା ନଜର ଆସିଥାଏ । ଏହାର ଅର୍ଥ ଯୋଦ୍ଧାଜଣକ ଅନେକ ଯୁଦ୍ଧ ଲଢିଥାନ୍ତି । କିନ୍ତୁ ଯୋଦ୍ଧାଙ୍କ ମୃତ୍ୟୁ ସାମାନ୍ୟ ରୂପେ ହୋଇଥାଏ । ଏହି ବୀରଯୋଦ୍ଧାଙ୍କ ମୃତ୍ୟୁ ନାଁ ରଣକ୍ଷେତ୍ରରେ ହୋଇଥାଏ ନା କୌଣସି ଯୁଦ୍ଧରେ ଲାଗିଥିବା ଜଖମ କାରଣରୁ ହୋଇଥାଏ ।