ଇଣ୍ଟରନେଟରୁ ଡାଉନଲୋଡ କରୁଥିବା ସମୟରେ ଆସିବନି ଫୋନ କଲ ! ଡାଏଲ କରିବାକୁ ପଡିବ କିଛି ସିକ୍ରେଟ କୋର୍ଡ

131

ଅନେକ ସମୟରେ ଫୋନରେ କିଛି ଡାଉନଲୋଡ କରୁଥିବା ବେଳେ କଲ ଆସିଥାଏ । ଡାଉନଲୋଡ ସମୟରେ କଲ ଆସିବା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଡାଉନଲୋଡ ସମୟରେ କଲ ଆସିବା ଫଳରେ ଡାଉନଲୋଡରେ ବାଧା ସୃଷ୍ଟି ହୋଇଥାଏ । ଏପରିକି ବେଳେ ବେଳେ ଅଧାରୁ ଡାଉନଲୋଡ ବନ୍ଦ ହୋଇ ଯାଇଥାଏ । କେବଳ ଡାଉନଲୋଡ ସମୟରେ ନୁହେଁ ମୋବାଇଲରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ବେଳେ ମଧ୍ୟ କଲ ଆସିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଏଙଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ମଧ୍ୟ ଉପାୟ ରହିଛି ।

Call_forwardingଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଗୋଟିଏ ସିକ୍ରେଟ କୋର୍ଡ ଡାଏଲ କରିବାକୁ ପଡିବ । ଏହି କୋର୍ଡ ଡାଏଲ କରିବା ପରେ ଆପଣାଛାଏଁ ଫୋନକୁ କଲ ଆସିବା ବନ୍ଦ ହୋଇଯିବ । ତେବେ ପୂର୍ବଭଳି କିନ୍ତୁ ଇଣ୍ଟରନେଟ ବ୍ୟବହାର କରି ପାରିବେ । ଏହି ସିକ୍ରେଟ କୋର୍ଡ ଆପଣଙ୍କ ଫୋନରେ ରହିଛି ।
ussd କୋର୍ଡ ବ୍ୟବହାର କରିବା ଦ୍ୱାରା ଏହା କାଯ୍ୟ କରିଥାଏ । ଏହି ଉପାୟକୁ ଅପାଣାଇବାକୁ ହେଲେ ପ୍ରଥମେ ଆପଣଙ୍କୁ କୋର୍ଡ ଡାଏଲ କରିବାକୁ ପଡିବ । ଏହା ପରେ ଆପଣଙ୍କ ଫୋନକୁ କୌଣସି କଲ ଆସିବ ନାହିଁ । ତେବେ ଏହି ଟ୍ରିକ ଆପଣାଇବାକୁ ହେଲେ ଆପଣଙ୍କୁ ଏକ ପୁରୁଣା ବନ୍ଦ ଥିବା ନମ୍ବରର ଆବଶ୍ୟକତା ପଡିବ । ତେବେ ଏହି ଉପାୟ ଆପଣାଇବାକୁ ପ୍ରଥମତଃ ଏକ ନମ୍ବର ଡାଏଲ କରିବାକୁ ହେବ ।

ପ୍ରଥମ କୋର୍ଡ : ପ୍ରଥମେ **୨୧* ଡାଏଲ କରି ନିଜର ବନ୍ଦ ଥିବା ମୋବାଇଲ ନମ୍ବର ଡାଏଲ କରି ଶେଷରେ #ଦେବାକୁ ପଡିବ । ଏହା କରିବା ଦ୍ୱାରା ଆପଣଙ୍କ ନମ୍ବରକୁ ଆସୁଥିବା କଲ ବନ୍ଦ ହୋଇଥିବା ନମ୍ବରକୁ ଡାଇଭର୍ଟ ହୋଇଯିବ । ଏହାଦ୍ୱାରା ବେଶ ଆରାମରେ ଆପଣ ଇଣ୍ଟନେଟ ତଥା ଗୁରୁତ୍ୱପୂର୍ଣ୍ଣ କାଯ୍ୟ କରି ପାରିବେ ।

ଦ୍ୱିତୀୟ କୋର୍ଡ : ଯଦି ପୁଣିଥରେ ମୋବାଇଲ ପୂର୍ବବସ୍ଥାକୁ ଫେରାଇବାକୁ ଚାହୁଁଥାନ୍ତି ତେବେ ଆଉ ଏକ କୋର୍ଡ ବ୍ୟବହାର କରିବାକୁ ପଡିବ । ଯାହାଫଳରେ ବନ୍ଦ ହୋଇଥିବା କଲ ସର୍ଭିସ ପୁଣିଥରେ ଚାଲୁ ହୋଇଯିବ ।ଏଥିପାଇଁ ##୦୦୨# ଡାଏଲ କରନ୍ତୁ । ଏହିଭଳି କିଛି କୋର୍ଡ ବ୍ୟବହାର କରି ଆପଣ ବିନା ବାଧାରେ ଇଣ୍ଟରନେଟ ଚଳାଇ ପାରିବେ ।