ଦୁଇ ହଜାର ବର୍ଷ ପୂର୍ବେ ନିର୍ମିତ ସମ୍ରାଟ୍ ନିରୋଙ୍କ ସୁବର୍ଣ୍ଣ ପ୍ରାସାଦର ସଂରକ୍ଷଣ କାମ ଚାଲିଥିବା ବେଳେ ଦଳେ ପ୍ରତ୍ନତତ୍ତ୍ୱବିତ୍ ଫ୍ରେସ୍କୋ ଚିତ୍ରକଳାରେ ସଜ୍ଜିତ ଗୋଟାଏ ଗୁପ୍ତ ପ୍ରକୋଷ୍ଠ ଆବିଷ୍କାର କରିଛନ୍ତି। ସେ ପ୍ରକୋଷ୍ଠରେ ସେଣ୍ଟାଉ (ଅଧା-ମଣିଷ ଅଧା ଘୋଡ଼ା) ଏବଂ ପାନ୍ (ମେଷପାଳକଙ୍କ ଈଶ୍ୱର) ଆଦି କିଂବଦନ୍ତୀୟ ଜୀବମାନଙ୍କର ଚିତ୍ରକଳା ଅଙ୍କିତ ହୋଇଛି। ପ୍ରକୋଷ୍ଠର ଅଧିକଂଶ ଅଂଶ ପୋତି ହୋଇପଡ଼ିଥିବାରୁ ଉତ୍ଖନନ ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଏହାକୁ ଗୋଟାଏ ଉଲ୍ଲେଖଯୋଗ୍ୟ ଆବିଷ୍କାର ବୋଲି କହି ସେମାନେ ଏହାର ନାଁ ଦେଇଛନ୍ତି ‘ସ୍ପିଙ୍କସର ପ୍ରକୋଷ୍ଠ’।
ଚିତ୍ରଗୁଡ଼ିକର ପୃଷ୍ଠଭୂମି ଧଳା। ଚାରିପଟେ ରହିଛି ଲାଲ୍ ରଙ୍ଗର ଧଡ଼ି। ଧଡ଼ି ଧାରରେ ଦିଆଯାଇଛି ମାଟିଆ-ହଳଦିଆ ରଙ୍ଗର ଗାର। ସେଥିରେ ପୁଣି ରହିଛି ଫୁଲପାଢ଼ି ଓ ସୁନାଲି ପଟି। କୋଠରିରେ ଖଞ୍ଜା ଯାଇଥିବା ପ୍ରତି ଟାଇଲ୍ରେ ଅଙ୍କା ଯାଇଛି ନାନାବିଧ ଜନ୍ତୁଙ୍କ ଆକୃତି। କଳାବାଘ ଠାରୁ ଆରମ୍ଭ କରି ପକ୍ଷୀ, ସେଣ୍ଟାଉ ଓ ସ୍ପିଙ୍କସ। କେତେକରେ ବାଦ୍ୟଯନ୍ତ୍ରର ଚିତ୍ର ମଧ୍ୟ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/xaa.jpg)
/kanak/media/post_attachments/wp-content/uploads/2019/05/xxxx-300x169.jpg)