ସରକାରଙ୍କ ଛୁଟି କାଟ ନୀତି ବିରୋଧରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ମାଧ୍ୟମିକ ଶିକ୍ଷକ ସଂଘ। କହିଲେ, ଅନ୍ୟସରକାରୀ ଚାକିରିଆଙ୍କ ଭଳି ମିଳୁନି ଛୁଟି

1,585

କନକ ବ୍ୟୁରୋ: ଶିକ୍ଷକଙ୍କ ଛୁଟିକାଟ ନୀତିକୁ ବିରୋଧ । ଆଇନର ଆଶ୍ରୟ ନେବାକୁ ତାଗିଦ କରିଛନ୍ତି ଏନପିଏସ ମାଧ୍ୟମିକ ଶିକ୍ଷକ ସଂଘ । ଏପରିକି ମାନବାଧିକାର କମିଶନ ଓ ଆଇନର ଆଶ୍ରୟ ନେବାକୁ ଚେତବାନୀ ମଧ୍ୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଅଧୀନ ବିଭିନ୍ନ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଛୁଟିକୁ ବିଭିନ୍ନ ଆଳ ନେଇ କାଟ୍ କରାଯାଉଥିବା ଅଭିଯୋଗ କରିଛନ୍ତି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ । ସରକାର ସେମାନଙ୍କୁ ବାର୍ଷିକ ୮୨ ଦିନ ଛୁଟି ଦେଉଥିବା ବେଳେ ସେଥିରୁ ୮ଟି ଛୁଟିରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସ୍କୁଲ ଯାଉଛନ୍ତି । ଏପରିକି ସରକାର ରବିବାର ଦିନ ବିଭିନ୍ନ ଟ୍ରେନିଂରୁ ନେଇ ପରୀକ୍ଷା କାର୍ଯ୍ୟରେ ନିୟୋଜିତ ସେମାନଙ୍କୁ ନିୟୋଜିତ ରୁଥିବା ସେମାନେ ଆଣିଛନ୍ତି ଅଭିଯୋଗ ।

ସେହଭଳି ଖରାଛୁଟି ପାଇବାକୁ ସେମାନେ ହକଦାର ଥିବା ବେଳେ ସେ ଅଧିକାରକୁ ବି ସରକାର ଛଡାଇ ନେଇଯାଇଛନ୍ତି । ଯଦି ଏହି ସବୁ ଅଧିକାର ସେମାନଙ୍କ ଫେରାଇ ନଦିଆଯାଏ ତେବେ ଏହି ଶିକ୍ଷକ ସଂଘ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ।