ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ନୁହେଁ ଦ୍ୱିତୀୟ ଲହରୀ । ଆଇସିଏମଆର ଡିଜି କହିଲେ, ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ ହେଉଛନ୍ତି ୪୦ବର୍ଷରୁ ଅଧିକ ବ୍ୟକ୍ତି ।

302

କନକ ବ୍ୟୁରୋ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହରି ଭିତରେ କଣ ରହିଛି ସମାନତା ଓ କଣ ରହିଛି ପ୍ରଭେଦ ତାର ଏକ ତୁଳନାତ୍ମକ ତଥ୍ୟ ରଖିଛନ୍ତି ଆଇସିଏମଆର ମହାନିର୍ଦ୍ଦେଶକ ବଲରାମ ଭାର୍ଗବ । ଭାର୍ଗବ ରଖିଥିବା ତଥ୍ୟ କରୋନାକୁ ନେଇ ଉଠୁଥିବା ଅନେକ ଗୁଡିଏ ପ୍ରଶ୍ନର ସମାଧାନ ବି ସାମନାକୁ ଆସିଛି ।

-ଦ୍ୱିତୀୟ ଲହରୀରେ ଛୋଟ ପିଲା ଓ ଯୁବକଙ୍କୁ ଅଧିକ ଆକ୍ରାନ୍ତ ହେଉଥିବା ଚର୍ଚ୍ଚା ଠିକ ନୁହେଁ
-ପ୍ରଥମ ଲହରି ଭଳି ଦ୍ୱିତୀୟ ଲହରରି ମଧ୍ୟ ୪୦ବର୍ଷରୁ ଅଧିକ ବୟସ୍କଙ୍କ ଅଧିକ ସଂକ୍ରମିତ ହେଉଛନ୍ତି
-ଦ୍ୱିତୀୟ ଲହରିରେ ୭୦ ପ୍ରତିଶତରୁ ଅଧିକ ୪୦ବର୍ଷରୁ ଅଧିକ ବୟସ୍କ ସଂକ୍ରମିତ ହୋଇଛନ୍ତି 

୧୦ ହଜାରରୁ ଅଧିକ ସରକାରୀ ହସ୍ପିଟାଲରେ ଚିକିତ୍ସିତ କରୋନା ରୋଗୀଙ୍କ ତଥ୍ୟକୁ ଆଧାର କରି ଏଭଳି କିଛି ତଥ୍ୟ ରଖିଛନ୍ତି ଆଇସିଏମଆର ଡିଜି । କିନ୍ତୁ ପ୍ରଥମ ଲହରି ତୁଳନାରେ ଦ୍ୱିତୀୟ ଲହରିରେ ଅକ୍ସିଜେନ ଅଧିକ ଦରକାର ପଡୁଛି । ଅଧିକ ରୋଗୀ ବିନା ଲକ୍ଷଣରେ ପଜିଟିଭ ଆସୁଛନ୍ତି ।

ପ୍ରଥମ ଲହର ଏବଂ ଦ୍ୱିତୀୟ ଲହର ମଧ୍ୟରେ ବଡ ପାର୍ଥକ୍ୟଟି ହେଉଛି, ୦ରୁ ୧୯ ବର୍ଷ ମଧ୍ୟରେ ଦ୍ୱିତୀୟ ଲହରରେ ୫.୮ ପ୍ରତିଶତ ସଂକ୍ରମିତ ହେଉଥିବା ବେଳେ ପ୍ରଥମ ଲହରରେ ଏହା ଥିଲା ୪.୨ ପ୍ରତିଶତ । ସେହିପରି ୨୦ରୁ ୪୦ବର୍ଷ ମଧ୍ୟରେ ଦ୍ୱିତୀୟ ଲହରରେ ୨୫ ପ୍ରତିଶତ ସଂକ୍ରମିତ ହୋଇଥିବା ବେଳେ ପ୍ରଥମ ଲହରରେ ଏହି ସଂଖ୍ୟା ଥିଲା ୨୩ ପ୍ରତିଶତ । ୭୦ ପ୍ରତିଶତ ସଂକ୍ରମିତ ୪୦ବର୍ଷରୁ ଅଧିକ ଲୋକଙ୍କୁ ହେଉଛି । ତେଣୁ ଗୋଟିଏ କଥା କୁହାଯାଇପାରେ ଶିଶୁ ଏବଂ ଯୁବପୀଢିଙ୍କ କ୍ଷେତ୍ରରେ ଦ୍ୱିତୀୟ ଲହରର ଅଧିକ ପ୍ରଭାବ ରହିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାକୁ ଗ୍ରହଣ କରିନାହାନ୍ତି ଭାର୍ଗବ । ଭାରତରେ କାହିଁକି ବେକାବୁ ହେଲା କରୋନା? ସଂକ୍ରମଣ ବଢିବା ପଛରେ କଣ ରହିଛି କାରଣ ? ଏହି ପ୍ରଶ୍ନର ଉତ୍ତର ରଖି ଭାର୍ଗବ କହିଛନ୍ତି

-କୋଭିଡ ନିୟମର ଉଲ୍ଲଙ୍ଘନ
-ଭୂତାଣୁର ନୂଆ ନୂଆ ରୁପ ପରିବର୍ତ୍ତର୍ନ
-ଭୂତାଣୁର ଡବଲ ମ୍ୟୁଟେସନ

ଆଦି କାରଣ ଯୋଗୁଁ ଭାରତରେ ତୀବ୍ର ଗତିରେ ସଂକ୍ରମଣ ବଢିଛି । ସେହିପରି ୟୁକେ, ବ୍ରାଜିଲ ଏବଂ ସାଉଥ ଆଫ୍ରିକା ଷ୍ଟ୍ରେନ ଭାରତରେ ସଂକ୍ରମଣକୁ ବଢାଇଛି । ୧୦ ଟି ଦେଶରେ ଭୂତାଣୁର ଡବଲ ମ୍ୟୁଟେସନ ହୋଇଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।