ସବୁ ଆକଳନକୁ ଭୁଲ କଲା ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ଫେଲ ମାରିଲା ବୈଜ୍ଞାନକିଙ୍କ ମୋଡେଲ । ସାଢେ ୩ଲକ୍ଷ ଉପରେ ଦୈନିକ ଆକ୍ରାନ୍ତ ଚିହ୍ନଟ

Advertisment
ସବୁ ଆକଳନକୁ ଭୁଲ କଲା ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ଫେଲ ମାରିଲା ବୈଜ୍ଞାନକିଙ୍କ ମୋଡେଲ । ସାଢେ ୩ଲକ୍ଷ ଉପରେ ଦୈନିକ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ଦେଶରେ ଦ୍ଵିତୀୟ ଲହରର ଦ୍ରୁତ ସଂକ୍ରମଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମ ଲହର ତୁଳନାରେ ଦ୍ଵିତୀୟ ଲହରର ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଛି। ଏପରିକି କରୋନା ସଂକ୍ରମଣର ଏହି ପରିସ୍ଥିତି ଉପୁଜିବ ବୋଲି କେହି ଆକଳନ କରିପାରିନଥିଲେ। ଦ୍ଵିତୀୟ ଲହର, ପ୍ରଥମ ଲହର ପରି କିମ୍ବା ତାଠାରୁ କମ ବ୍ୟାପିବ ବୋଲି ଦେଶ ଭିତରେ ଓ ଅନ୍ୟ ଦେଶର ବୈଜ୍ଞାନିକ ଆକଳନ କରିଥିଲେ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ। ଏପରିକି ୱାସିଂଟନ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହେଲଥ ମ୍ୟାଟ୍ରିକ୍ସ ଆଣ୍ଡ ଇଭାଲ୍ୟୁଏସନ ଓ ଲସ ଆଲମୋସ ନ୍ୟାସନାଲ ଲେବ୍ରୋଟାରୀ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ବୈଜ୍ଞାନିକଙ୍କମାନେ ମଧ୍ୟ ଦ୍ଵିତୀୟ ସଂକ୍ରମଣର ଭୟବହତା ଆକଳନ କରିପାରିନଥିଲେ।

ଗତ ସେପ୍ଟେମ୍ବର ମାସରେ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ଦୈନିକ ସଂକ୍ରମଣ ସର୍ବାଧିକ ୯୮ ହଜାର ପାଖାପାଖି ପହଞ୍ଚିଥିଲା। ଏବେ କିନ୍ତୁ ଲଗାତର ଭାବେ ସଂକ୍ରମଣ ତିନି ଲକ୍ଷ ଉପରେ ରହୁଛି। ଦ୍ଵିତୀୟ ଲହର ଦ୍ରୁତ ସଂକ୍ରମଣ ନେଇ ଏବେବି ଖୋଜା ଚାଲିଛି କାରଣ। ତେବେ ଏଥିପାଇଁ ପ୍ରମୁଖ ତିନୋଟି କାରଣକୁ ଦାୟୀ କରାଯାଉଛି...

  • ଲୋକେ କେତେ ସଚେତନ ଅଛନ୍ତି
  • ଭୁତାଣୁ ସହ ଲଢ଼ିବାରେ କେତେ ସକ୍ଷମ
  • କରୋନା ଭୂତାଣୁର ନୂଆ ରୂପ

ପ୍ରଥମ ଲହର ସମୟରେ କେତେକ ନିର୍ଦ୍ଧିଷ୍ଟ ବର୍ଗ ଭିତରେ ଅଧିକ ବ୍ୟାପିଥିଲା ସଂକ୍ରମଣ। ଏବେ କିନ୍ତୁ ଆଉ ଏକ ଗୋଷ୍ଠୀ ରେ ସଂକ୍ରମଣ ଅଧିକ ବ୍ୟାପିବାରେ ଲାଗିଛି।କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ ଆହୁରି ମଧ୍ୟ କହିଛନ୍ତି ଯେ, ଦ୍ଵିତୀୟ ଲହର ନେଇ ଆମେ ଅବଗତ ଥିଲୁ। ଏବେ ଭଲ କଥା ଏହା ଯେ, ଆମ ପାଖରେ କୋଭିଡ଼ ଟିକା ରହିଛି। ଏବଂ କୋଭିଡ଼ ଆପ୍ରୋପ୍ରିଏଟ ବିହେଭିୟର ମାନି ଚଳିଲେ ସଂକ୍ରମଣକୁ ରୋକା ଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe