କନକ ବ୍ୟୁରୋ: ଚଳିତବର୍ଷ ରାଜ୍ୟରେ ଅଂଶୁଘାତ ଯୋଗୁଁ ଆଉ ଏକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିଚୟ ୨୧ ବର୍ଷୀୟ ଛାତ୍ରୀ ଭୁବନେଶ୍ୱରୀ ଦାସ । କଟକ ସିଟି କଲେଜର ସେ ଛାତ୍ରୀ ବୋଲି ଜଣାପଡିଛି । ତାଙ୍କ ବାପାଙ୍କ ନାମ ଜ୍ୟୋତି ଭୂଷଣ ଦାସ । ଘର କାଜିଡିହ । କଟକରେ ଏହା ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ରାଜ୍ୟରେ ଏହା ଦ୍ୱିତୀୟ ।
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଗତକାଲି କଟକରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହାପୂର୍ବରୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ତହସିଲ ଅନ୍ତର୍ଗତ ମହେଶପୁର ଗ୍ରାମର ଲକ୍ଷ୍ମୀକାନ୍ତ ସାହୁଙ୍କ ଏପ୍ରିଲ ୧୫ ତାରିଖରେ ମୃତ୍ୟୁ ଘଟିଥିଲା । ସରକାର ଏହାକୁ ସନ୍ ଷ୍ଟ୍ରୋକ୍ ଜନିତ ମୃତ୍ୟୁ ବୋଲି କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/22-11.jpg)