କାଲି ହେବ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ । କୃନାଲ ପାଣ୍ଡ୍ୟା ପିଜିଟିଭ ପରେ ବାତିଲ ହୋଇଛି ଆଜିର ମ୍ୟାଚ

310

କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦କୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ । କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜିର ମ୍ୟାଚକୁ ବାତିଲ କରାଯାଇଛି । ତେବେ ଆଜି ହେବାକୁ ଥିବା ମ୍ୟାଚ କାଲି ଅନୁଷ୍ଠିତ ହେବ ।

ଏହି ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଟି-୨୦ରେ କୃନାଲ ପାଣ୍ଡ୍ୟା ବୋଲିଂ କରି ୧୬ ରନ ଦେଇ ୧ ୱିକେଟ ହାସଲ କରିଥିଲେ । ଏହାପୂର୍ବରୁ ଭାରତ ୨-୧ରେ ଦିନିକିଆ ସିରିଜରେ ବିଜୟ ହାସଲ କରିଥିଲା ।