କନକ ବ୍ୟୁରୋ: ରାଉରକେଲାରୁ ପୁଣି ୫ ଲକ୍ଷ ଲୁଟିନେଲେ ଲୁଟେରା । ରିଂ ରୋଡ ସେଲ ଛକ ନିକଟରୁ ଯୁବକଙ୍କଠାରୁ ଲୁଟ । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ସମୟରେ ଲୁଟିନେଲେ । ଟଙ୍କା ବ୍ୟାଗ ଝାମ୍ପିନେବା ପରେ ୨ ବାଇକ ଆରୋହୀ ଚମ୍ପଟ ମାରିଥିଲେ । ଘଟଣାର ଖବର ପାଇବା ପରେ ତନାଘନା କରୁଛି ପ୍ଲାଣ୍ଟସାଇଟ ଥାନା ପୋଲିସ । ୨୪ ଘଣ୍ଟାରେ ରାଉରକେଲାରେ ଏହା ଦ୍ୱିତୀୟ ଲୁଟ୍ । ଗତକାଲି ଉଦିତ ନଗର ଥାନା ଅଞ୍ଚଳରେ ହୋଇଥିଲା ଲୁଟ୍ । ବ୍ୟବସାୟୀଙ୍କଠାରୁ ୧୪ ଲକ୍ଷ ୯୩ ହଜାର ଲୁଟ ହୋଇଥିଲା ।
୨୪ ଘଣ୍ଟାରେ ରାଉରକେଲାରେ ଦ୍ୱିତୀୟ ଲୁଟ୍: ୫ ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା
/kanak/media/post_attachments/wp-content/uploads/2022/11/51.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)