ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ: ୨୫ଟି ୱାର୍ଡରେ ସର୍ଭେଲାନ୍ସ କରାଯିବାକୁ ସ୍ଥିର; ଦୁଇଦିନରେ ନିଆଯିବ ୧୫ଶହ ଜଣଙ୍କ ନମୁନା

Advertisment
ଆଜିଠୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ: ୨୫ଟି ୱାର୍ଡରେ  ସର୍ଭେଲାନ୍ସ  କରାଯିବାକୁ ସ୍ଥିର; ଦୁଇଦିନରେ ନିଆଯିବ ୧୫ଶହ ଜଣଙ୍କ ନମୁନା

କନକ ବ୍ୟୁରୋ: କୋଭିଡ ନିୟନ୍ତ୍ରଣର ଅନ୍ୟତମ ପଦକ୍ଷେପ ସ୍ୱରୁପ ଆଜିଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ । ଗତଥର ଭଳି ଏହି ପର୍ଯ୍ୟାୟରେ ମଧ୍ୟ ସେରୋ ସର୍ଭେଲାନ୍ସରେ କମ୍ୟୁନିଟି ଏବଂ ସ୍ୱତନ୍ତ୍ର ବର୍ଗର ନାଗରିକମାନଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ଚାଲୁରହିବ । ସମୁଦାୟ ୨୫ଟି ୱାର୍ଡରେ ସର୍ଭେଲାନ୍ସ କରାଯିବାକୁ ସ୍ଥିର ହୋଇଛି । ବିଏମସିର ପ୍ରଶାସନିକ ଦାୟିତ୍ୱରେ, ଆରଏମଆରସି ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବୈଷୟିକ ସହଯୋଗରେ ଏହି ସର୍ଭେଲାନ୍ସ କରାଯାଉଛି ।

କୋଭିଡ-୧୯ ପରିପ୍ରେକ୍ଷୀରେ ନାଗରିକ ଏବଂ ଅଧିକ ସମ୍ବେଦନଶୀଳ ସମୁଦାୟଙ୍କ ରୋଗ ପ୍ରତିରୋଧ କ୍ଷମତାର ସ୍ଥିତିକୁ ଜାଣିବା ପାଇଁ ମହାନଗର ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ସର୍ଭେଲାନ୍ସରେ ଦୁଇଦିନରେ ୧୫ଶହ ଜଣଙ୍କ ନମୁନା ନିଆଯାଇ ଏହାର ବିବରଣୀ ପ୍ରାୟ ଏକ ସପ୍ତାହ ପରେ ଦିଆଯିବାର ଯୋଜନା କରାଯାଇଛି । ଗତ ସେରୋ ସର୍ଭଲାନ୍ସର ବିବରଣୀ ଅନୁଯାୟୀ ଭୁବନେଶ୍ୱରରେ ସଂକ୍ରମଣର ସ୍ଥିତି ଭଲ ଅଛି ଏବଂ ଏହା ସହରରେ ଅଧିକ ମାତ୍ରାରେ ହୋଇନାହିଁ ଯାହା ସାରା ଦେଶରେ ଏକ ଉତମ ସ୍ଥିତିରେ ରହିଛି ବୋଲି କିଛି ଦିନ ପୂର୍ବରୁ ସୂଚନା ଦେଇଛନ୍ତି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe