କନକ ବ୍ୟୁରୋ: ଆଜି ଠାରୁ ସଂବଲପୁରରେ ସଟଡାଉନର ଦ୍ୱିତୀୟ ପର୍ଯ୍ୟାୟ । ଆଜି ଠାରୁ ୩୧ ତାରିଖ ଯାଏଁ ଏହି କଟକଣା ଜାରି ରହିବ । ଏହି ସମୟରେ ଲକଡାଉନ୍ ପ୍ରଥମ ପର୍ଯ୍ୟାୟର କଟକଣା କିଛିଟା କୋହଳ ହୋଇଛି । ରାସନ ଦୋକାନ, ପରିବା ଦୋକାନ ସକାଳ ୬ ଟାରୁ ଦିନ ୧ଟା ଯାଏଁ ଖୋଲିବ । କିନ୍ତୁ ସମସ୍ତ ଦୋକାନ ଗୁଡିକରେ ସାମାଜିକ ଦୂରତା ରକ୍ଷା ସହିତ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି ।
କୋଭିଡ୍ ଗାଇଡଲାଇନ୍ ଖିଲାପ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କୋଭିଡ୍ କଟକଣା ଯାଂଚ ପାଇଁ ୪ ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦିଆଯାଇଛି । ସଂବଲପୁରରେ ଜୁଲାଇ ୨୧ ରୁ ୩୧ ତାରିଖ ଯାଏଁ ଘୋଷଣା ହୋଇଥିଲା କଟକଣା । ଏହା ଦୁଇଟି ପର୍ଯ୍ୟାୟରେ ଲାଗୁ କରିବାକୁ ବ୍ୟବସ୍ଥା କରିଥିଲା ପ୍ରଶାସନ । ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୧ରୁ ଜୁଲାଇ ୨୫ ଯାଏଁ ରହିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଆଜି ଠାରୁ ଜୁଲାଇ ୩୧ ଯାଏଁ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/6-22.jpg)