କନକ ବ୍ୟୁରୋ : ଭୋଟ ଦେଉଛି ବଣ୍ଡାଘାଟି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମାଲକାନଗିରି ଖଇରପୁଟ ବ୍ଳକ ବଣ୍ଡାଘାଟିରେ ଚାଲିଛି ମତଦାନ । ଶୃଂଖଳିତ ଭାବେ ଚାଲିଛି ମତଦାନ । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡାଘାଟି ମତଦାନ ଉପରେ ସ୍ୱତନ୍ତ୍ର ନଜର ରହିଛି ।

Advertisment

ସେହିପରି ପୁରୀ ନିମାପଡ଼ା ବ୍ଲକରେ ମତଦାନ ପାଇଁ ୪୮୧ଟି ବୁଥ ହୋଇଛି । ପାଖାପାଖି ୧ ଲକ୍ଷ ୫୭ ହଜାର ୭୩୬ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ଥ କରିବେ । ନିମାପଡ଼ାରେ ୪୮୧ ବୁଥରୁ ୧୦୭ଟି ବୁଥ ଉତେଜନା ପ୍ରବଣ ବୁଥ ରହିଛି । ସେହିପରି ଗୋପ ବ୍ଲକରେ ୪୫୯ଟି ବୁଥ ହୋଇଛି । ଗୋପରେ ୧୩୦ ଟି ବୁଥ ସମ୍ବେଦନଶିଳ ରହିଛି । ଭୋଟର ମାନେ ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଂଚି ଭୋଟ୍ ଦେଉଛନ୍ତି ।