ସମ୍ବଲପୁର ସମଲେଇ ପ୍ରକଳ୍ପ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଦେବ ନିମନ୍ତ୍ରଣ । ୩୦ଟି ଜିଲ୍ଲାରେ ଥିବା ଦେବାଳୟ ଗୁଡ଼ିକୁ କରାଯିବ ନିମନ୍ତ୍ରଣ

97

କନକ ବ୍ୟୁରୋ : ସମ୍ବଲପୁର ମା’ ସମଲେଇ ପ୍ରକଳ୍ପ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି । ରାଜ୍ୟର ୩୦ଟି ଜିଲ୍ଲାକୁ ନିମନ୍ତ୍ରଣ ପାଇଁ ଟିମ୍ ବାହାରିଛନ୍ତି । ପୂଜକ ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ୫ଟି ଟିମ୍ କରାଯାଇଛି ।

୨ ଜଣ ପୂଜକ, ଜଣେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ଜିଲ୍ଲା ପ୍ରଶାସନର ପ୍ରତିନିଧି ସାମିଲ ହୋଇଛନ୍ତି । ଏହି ଟିମ୍ ରାଜ୍ୟର ୩ରୁ ୪ ଦିନ ଭିତରେ ସବୁ ଜିଲ୍ଲା ଗସ୍ତ କରି ପ୍ରମୁଖ ଦେବାଳୟ ଗୁଡ଼ିକ ନିମନ୍ତ୍ରଣ ଦେବେ । ଗୋଟିଏ ଟିମ୍ ପାଖାପାଖି ୫ଟି ଜିଲ୍ଲା ଗସ୍ତ କରିବ ବୋଲି ସୂଚନା ମିଳିଛି ।