ବିଧାନସଭା ବଜେଟ ଅଧିବେଶନର ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ। ଗୃହରେ ଉପସ୍ଥାପନ ହେବ ୧୦ଟି ଷ୍ଟାଣ୍ଡିଂ କମିଟି ୩୮ଟି ଖର୍ଚ୍ଚ ଦାବି ତର୍ଜମା କରି ଦେଇଥିବା ରିପୋର୍ଟ

Advertisment
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭାଗବଂଟା । ଏଣିକି ବିଜୁ ପକ୍କା ଘର ଯୋଜନା ଲୋଗୋ ସହ ଉଲ୍ଲେଖ ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ

କନକ ବ୍ୟୁରୋ: ଷୋଡ଼ଶ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। ଯାହାକି ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ୧୨ ତାରିଖରେ ୧୦ଟି ଷ୍ଟାଣ୍ଡିଂ କମିଟି ୩୮ଟି ବିଭାଗର ଖର୍ଚ୍ଚ ଦାବି ତର୍ଜମା କରି ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ। ଏହା ସହ ରାଜ୍ୟ ମାନବାଧିକାର କମିସନଙ୍କ ବାର୍ଷିକ ରିପୋର୍ଟ ବି ଆଇନ ମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ।

୧୩ ଓ ୧୪ ତାରିଖରେ ଗୃହ କାର୍ଯ୍ୟ ବନ୍ଦ ରହିବ। ୧୫ ତାରିଖରୁ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରି ବିଲ୍ ଆଗତ ହୋଇ ପାରିତ ହେବ। ଅଗଷ୍ଟ ୩, ୬ ଓ ୮ ତାରିଖରେ ବେସରକାରୀ କାର‌୍ୟ୍ୟଦିବସ ରହିଛି।

ସୂଚନାଯୋଗ୍ୟ ଯେ, ଜୁନ୍ ୨୫ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ପର୍ଯ୍ୟାୟ ରେ ୬ଟି କାର୍ଯ୍ୟଦିବସ ରହିଥିଲା। ପ୍ରଥମ ଦିନ ରାଜ୍ୟପାଳ ଅଭିଭାଷଣ ଦେଇଥିଲେ ଓ ଜୁନ୍ ୨୮ ତାରିଖରେ ବଜେଟ୍ ଉପସ୍ଥାପନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe