ଯୁକ୍ତଦୁଇ ମୁଲ୍ୟାୟନ ଏବଂ ପରୀକ୍ଷା ଫଳକୁ ନେଇ ତୁଟୁନି ସନ୍ଦେହ ! ସିଏଚଏସଇ କହିଲା, ସରିଛି ପ୍ରଥମ ପର୍ଯ୍ୟାୟ ଖାତାଦେଖା

24

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା । ବ୍ଲକ୍ ଗ୍ରାଂଟ ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟ ଖାତାଦେଖା ଶେଷ ହୋଇଥିବା ସିଏଚଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି । ମୂଲ୍ୟାୟନରେ କୌଣସି ସମସ୍ୟା ନଥିବା ପରିଷଦ ପକ୍ଷରୁ କୁହାଯାଇଥିବା ବେଳେ ମେ ୨୦ ସୁଦ୍ଧା ବିଜ୍ଞାନ ଏବଂ ଜୁନ ପ୍ରଥମ ସପ୍ତାହରେ କଳା ଓ ବାଣିଜ୍ୟ ବିଭାଗର ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି ।

ଅନ୍ୟପଟେ ଆନ୍ଦୋଳନ କରୁଥିବା ମିଳିତ ମଂଚ ଓ ବିଭିନ୍ନ ସଂଗଠନର ନେତାଙ୍କୁ ନେଇ ଭୁବନେଶ୍ୱରରେ ଏକ ବୈଠକ ବସୁଛି । ଏଥିରେ ଆସନ୍ତା ୧୮ ତାରିଖରେ ରାଜଧାନୀରେ ପୁଣି ଥରେ ମହାସମାବେଶ ନେଇ ଆଲୋଚନା ହେବ । ଏହି ସମାବେଶରେ ୫୦ ହଜାରରୁ ଅଧିକ ବ୍ଲକଗ୍ରାଂଟ ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀ ସାମିଲ ହେବାର ସମ୍ଭାବନା ରହିଛି । ଏନେଇ ୪୮୮ ବର୍ଗ କଲେଜ ଶିକ୍ଷକ ସଂଘର ସଭାପତି ସୂଚନା ଦେଇଛନ୍ତି ।